କାର୍‌ ଯାଞ୍ଚ ବେଳେ ମିଳିଲା ୫୫ ଲକ୍ଷ ଟଙ୍କା

ବିନିକା ,୬ା୪: ସାଧାରଣ ନିର୍ବାଚନ ବହୁ ପୂର୍ବରୁ ମିଳିଲା ପୂଳା ପୂଳା ଟଙ୍କା। ୫୫ ଲକ୍ଷରୁ ଅଧିକ ଟଙ୍କା ଓଡ଼ିଶା ଦେଇ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଯାଉଥିଲା। ତେବେ କେଉଁ ଉଦ୍ଦେଶ୍ୟରେ ଏହି ଟଙ୍କା ଯାଉଥିଲା ତାହା ଉପରେ ତଦନ୍ତ କରୁଛି ପୁଲିସ୍‌। ସୁବର୍ଣ୍ଣପୁର ଜିଲ୍ଲା ପୁଲିସ୍‌କୁ ମିଳିଛି ଏହି ସଫଳତା। ସାଧାରଣ ନିର୍ବାଚନ ପାଇଁ କଲେଜ ଛକରେ ବିନିକା ପୁଲିସ ନାକାବନ୍ଦି କରି ବିଭିନ୍ନ ଗାଡ଼ି ଯାଞ୍ଚ ପ୍ରକ୍ରିୟା ଜାରି ରଖିଥିଲା। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା କାରକୁ ପୁଲିସ ଅଟକାଇ ଯାଞ୍ଚ କରିଥିଲା। ଗାଡି ଯାଞ୍ଚବେଳେ କାରରୁ ପୁଲିସକୁ ମିଳିଥିଲା ୫୫ଲକ୍ଷ ଟଙ୍କା। କଲେଜ ଛକରେ ଗାଡ଼ି ଯାଞ୍ଚବେଳେ ମିଳିଥିବା ୫୫ଲକ୍ଷ ଟଙ୍କାକୁ ପୁଲିସ ଜବତ କରିଥିଲା।କାରରେ ଡ୍ରାଇଭର ସହ ୬ଜଣ ଥିଲେ ଏବଂ ସେମାନେ ଆନ୍ଧ୍ର ପ୍ରଦେଶର କାକିନାଡ଼ା ଯାଉଥିଲେ। କାରରେ ଯାଉଥିବା ସମସ୍ତ ବ୍ୟକ୍ତିଙ୍କ ଘର ଆନ୍ଧ୍ର ପ୍ରଦେଶର କାକାନାଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି। କ’ଣ ପାଇଁ ଏକ କାରରେ ନଗଦ ୫୫ଲକ୍ଷ ଟଙ୍କା ସେମାନେ ନେଉଥିଲେ ତାହା ତଦନ୍ତ ଚାଲିଛି ବୋଲି ପୁଲିସ ସୂଚନା ଦେଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!