ଭୁବନେଶ୍ୱର,୬ା୪:ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଛୁଇଁଥିବା ବେଳେ ଶନିବାର ୪ଟି ସହରର ତାପମାତ୍ରା ୪୩ ଡିଗ୍ରୀ ବା ତା’ ଉପରେ ରହିଛି। ୪୩.୫ ଡିଗ୍ରୀ ସହିତ ଆଜି ଅନୁଗୋଳ ପାଲିଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ରାଜ୍ୟରେ ଆଜି ୨୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରେକର୍ଡ କରାଯାଇଛି।ମାଲକାନଗିରିରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ ଓ ଟିଟିଲାଗଡ଼ରେ ୪୩ ଡିଗ୍ରୀ ରହିଥିଲା। ଆଜି କଟକରେ ତାପମାତ୍ରା ୪୦.୧ ଓ ଭୁବନେଶ୍ୱରର ତାପମାତ୍ରା ୩୯.୬ ଡିଗ୍ରୀ ରହିଛି । ଅନ୍ୟ ପକ୍ଷରେ ଆଜି ୪୦ ଡିଗ୍ରୀ ଉପରେ ରାଜ୍ୟର ୨୩ଟି ସହର ରହିଛି । ଭୁବନେଶ୍ୱରରେ ଆଜି ୩.୯ ଡିଗ୍ରୀ କମିଛି ।ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରଗଡ଼ରେ ୪୦.୪, ସମ୍ବଲପୁରରେ ୪୧.୭, ସୁନ୍ଦରଗଡ଼ରେ ୪୦.୮, ହୀରାକୁଦରେ ୪୧.୧, ତାଳଚେରରେ ୪୨, ଭବାନୀପାଟଣାରେ ୪୨.୮, ବଲାଙ୍ଗିରରେ ୪୨.୩, ଫୁଲବାଣୀରେ ୪୧.୧, ସୋନପୁରରେ ୪୧.୨, ନୟାଗଡ଼ରେ ୪୨.୩, ପାରଳାଖେମୁଣ୍ଡିରେ ୪୨, ଢେଙ୍କାନାଳରେ ୪୧, ବରଗଡ଼ରେ ୪୦.୨, ନୂଆପଡ଼ାରେ ୪୦, ଖୋର୍ଦ୍ଧାରେ ୪୦.୫, କେନ୍ଦ୍ରାପଡ଼ାରେ ୪୦ ଓ ରାଉରକେଲାରେ ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି।ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମ୍ ରହିବ। କେବଳ ବଲାଙ୍ଗିର, ଭବାନୀପାଟଣା ଓ ମାଲକାନଗିରିରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ। ନବରଙ୍ଗପୁର, ନୂଆପଡ଼ା, ଟିଟିଲାଗଡ଼, ରାୟଗଡ଼ା, ପାରଳାଖେମୁଣ୍ଡି, ବୌଦ୍ଧ, ନୟାଗଡ଼, ଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ରହିପାରେ। ସେହିପରି ଭୁବନେଶ୍ୱର ଓ କଟକରେ ଆସନ୍ତାକାଲି ତାପମାତ୍ରା ଯଥାକ୍ରମେ ୩୭ ଓ ୩୮ ଡିଗ୍ରୀକୁ ଖସି ଆସିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |