ବଢ଼ି ଚାଲିଛି ସୁନା ଦର,୭୧ ହଜାର ପାର ହେଲା ସୁନା

  ଭୁବନେଶ୍ୱର,୬।୪:  ଆଜି ଭୁବନେଶ୍ଵରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୭୧ ହଜାର ୨୯୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୫ ହଜାର ୩୫୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ରୁପା ଦର ଆଜି କିଲୋଗ୍ରାମ ପିଛା ୨ ହଜାର ଟଙ୍କା ମହଙ୍ଗା ହୋଇ ୮୭ ହଜାର ଟଙ୍କାରେ ପହଞ୍ଚିଛି।ଗତକାଲି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୪ ହଜାର ୧୫୦ ଟଙ୍କା ଥିଲା। ଆଜି ଏଥିରେ ୧୨୦୦ ଟଙ୍କା ବୃଦ୍ଧି ଘଟିଛି। ସେହିପରି ଗତକାଲି ଏଠାରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୯,୯୮୦ ଥିବା ବେଳେ ଆଜି ଏଥିରେ ୧୩୧୦ ଟଙ୍କା ବୃଦ୍ଧି ହୋଇଛି।ସୁନା ବ୍ୟତୀତ ରୂପା ଦର ଆଜି କିଲୋଗ୍ରାମ ପିଛା ୨ ହଜାର ଟଙ୍କା ମହଙ୍ଗା ହୋଇ ୮୭ ହଜାରରେ ପହଁଚିଛି । ସୁନା ଉତ୍ପାଦନକାରୀ ଦେଶରେ ଯୁଦ୍ଧ ପରିସ୍ଥିତି ଏବଂ ଆମେରିକା ଫେଡେରାଲ ଫିଚରର ସୁଧ ହାର ହ୍ରାସ ନିଷ୍ପତ୍ତି ଯୋଗୁଁ ଗତ କିଛି ଦିନ ହେବ ସୁନା ଏବଂ ରୂପା ଦରରେ ଲଗାତାର ଭାବେ ଉପରମୁହାଁ ହୋଇ ଚାଲିଛି । ଦର ବୃଦ୍ଧି ଆଉ କେତେ ଦିନ ଚାଲିବ ତାକୁ ଆକଳନ କରିବା ସମ୍ଭବ ନୁହେଁ ବୋଲି ଗହଣା ବ୍ୟବସାୟୀ|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!