ଆଜି ବିଶ୍ଵ ସ୍ୱାସ୍ଥ୍ୟ ଦିବସ

ଭୁବନେଶ୍ୱର,୭।୪: ସ୍ବାସ୍ଥ୍ୟ ହିଁ ସମ୍ପଦ। ଜଣେ ବ୍ୟକ୍ତି ପାଖେ ଧନସମ୍ପଦ, ସୁଖସୁବିଧା ଯେତେ ଉପଲବ୍ଧ ଥିଲେ ମଧ୍ୟ ଯଦି ସ୍ବାସ୍ଥ୍ୟ ଭଲ ନ ଥାଏ, ତେବେ ଜୀବନକୁ ଭଲଭାବେ ଉପଭୋଗ କରିହୁଏ ନାହିଁ। ତେଣୁ ସୁସ୍ଥ ଜୀବନଯାପନ ପାଇଁ ସୁସ୍ଥ ଓ ନୀରୋଗ ଶରୀରଟିଏ ନିହାତି ଜରୁରୀ। ଏହି ଲକ୍ଷ୍ୟରେ ସଚେତନତା ସୃଷ୍ଟି ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(‘ହୁ’) ଆନୁକୂଲ୍ୟରେ ୧୯୫୦ ମସିହାରୁ ଏପ୍ରିଲ୍ ୭ ତାରିଖକୁ ପ୍ରତିବର୍ଷ ‘ବିଶ୍ବ ସ୍ବାସ୍ଥ୍ୟ ଦିବସ’ ରୂପେ ପାଳନ କରାଯାଉଅଛି। ‘ହୁ’ ଅନୁସାରେ ସମ୍ପୂର୍ଣ୍ଣଭାବେ ଶାରୀରିକ, ମାନସିକ ଓ ସାମାଜିକ ସୁସ୍ଥତାକୁ ‘ସ୍ବାସ୍ଥ୍ୟ ବା ଉତ୍ତମ ସ୍ବାସ୍ଥ୍ୟ’ କୁହାଯାଇଥାଏ। ପ୍ରତ୍ୟେକ ବ୍ୟକ୍ତି, ସଂସ୍ଥା, ସଂଗଠନ ଓ ସରକାରଙ୍କ ମିଳିତ ପ୍ରଚେଷ୍ଟାରେ କିପରି ପୃଥିବୀବାସୀ, ନୀରୋଗ ଓ ସୁନ୍ଦର ସ୍ବାସ୍ଥ୍ୟ ଉପଭୋଗ କରିବେ, ତାହା ଏହି ଦିବସର ମୂଳ ଉଦ୍ଦେଶ୍ୟ। ପ୍ରତିବର୍ଷ ପରି ଏବର୍ଷର ବିଷୟବସ୍ତୁ ହେଉଛି ‘ମୋ ସ୍ବାସ୍ଥ୍ୟ ମୋ ଅଧିକାର’।ପରିବେଶ ସହ ଆମ ଜୀବନ ଓତପ୍ରୋତ ଭାବେ ଜଡ଼ିତ। ତେଣୁ ପରିବେଶ ସନ୍ତୁଳନ, ନିର୍ମଳ ଓ ସୁସ୍ଥ ରହିଲେ ଆମ ଜୀବନ ସୁରକ୍ଷିତ ରହିବ। ଏହାର ସୁପ୍ରଭାବ ପ୍ରକୃତି ଓ ମନରେ ପ୍ରତିଫଳିତ ହୋଇ ଶରୀରରେ ନୂତନ ଉର୍ଜା ଉତ୍ପନ୍ନ ହେବ। ସୁସ୍ଥ ଶରୀର ପାଇଁ ପ୍ରାତଃକାଳରେ ଶଯ୍ୟାତ୍ୟାଗ ପୂର୍ବକ ଓଁ କାର ଉଚ୍ଚାରଣ, ଶଙ୍ଖନାଦ କରିବା, ଭଜନ, କୀର୍ତ୍ତନ, ପ୍ରାତଃଭ୍ରମଣ, ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ, ଯୋଗ, ଧ୍ୟାନ, ପ୍ରାଣାୟାମ କରିବା, ଏହାର ଏକ ଘଣ୍ଟା ପରେ ସ୍ନାନ କରି ପୂଜାପାଠ ଶେଷ କରି ହାଲୁକା ଭୋଜନ, ଦିବା ୧ ଘଟିକା ମଧ୍ୟରେ ମଧ୍ୟାହ୍ନ ଭୋଜନ ଓ ରାତ୍ର ୯ ଘଟିକା ମଧ୍ୟରେ ହାଲୁକା ରାତ୍ରଭୋଜନ କଲେ ନୀରୋଗ, ଦୀର୍ଘାୟୁ ଜୀବନଯାପନ କରିବେ।ଖାଦ୍ୟ, ବସ୍ତ୍ର ଓ ଘର ପାଇବା ଆମର ଅଧିକାର ନୁହେଁ; ଉତ୍ତମ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ଓ ଦରକାର ବେଳେ ଚିକିତ୍ସା ପାଇବା ଆମର ଅଧିକାର। ତେଣୁ ଏହି ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରତିବର୍ଷ ‘ ବିଶ୍ବ ସ୍ବାସ୍ଥ୍ୟ ଦିବସ’ ପାଳନ ହେଉଛି। ଆଜିର ଆଧୁନିକ ଯୁଗରେ ଲୋକମାନେ ରୋଗପ୍ରତି ବିଶେଷକରି ମାନସିକ ରୋଗ ପ୍ରତି ଦାୟିତ୍ୱବାନ ହେଉନାହାନ୍ତି। ତେଣୁ ‘ସୁସ୍ଥ ମାନସିକତା ଆମର ଅଧିକାର’ ବିଷୟରେ ଜନଜାଗରଣର ଆବଶ୍ୟକତା ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!