ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା , ତାତିରୁ ମିଳିଲା ତ୍ରାହି

ଭୁବନେଶ୍ୱର,,୭।୪:ଆଜି ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମ୍ ରହିଛି ।ଆଜି ସକାଳେ ପ୍ରବଳ ଖରା ହୋଇଥିଲା।  ମଧ୍ୟାହ୍ନରେ ପରେ ପାଗ ବଦଳିଥିଲା।ଆସନ୍ତା ୨ ଦିନ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ଘଡଘଡି ସହ ବର୍ଷା ସହିତ ଦଲକା ପବନ ବହିବା ନେଇ ସୂଚନା ମିଳିଛି । କାଲି ବର୍ଷାର ପରିମାଣ ବଢିପାରେ ବୋଲି କହିଛନ୍ତି ପାଣିପାଗ ବିଭାଗ ନିର୍ଦ୍ଦେଶିକା । ବର୍ଷା ହେବା ଫଳରେ ରାଜ୍ୟରେ ଆରମ୍ଭ ହୋଇଯାଇଥିବା ତାତିରେ ଲାଗିବ ସାମୟିକ ବ୍ରେକ୍ ।ରାଜଧାନୀର ଅନେକ ସ୍ଥାନରେ ବର୍ଷା ହୋଇଛି। ଘଡ଼ଘଡ଼ି ଓ ବଜ୍ରପାତ ମଧ୍ୟ ହୋଇଛି। ତାତି ପରେ ବର୍ଷା ରାଜଧାନୀବାସୀଙ୍କୁ ଦେଇଛି ସାମାନ୍ୟ ଆଶ୍ୱସ୍ତି।ସେପଟେ ଆଜି ସକାଳେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ମାରିଛି। ଯାହାଫଳରେ ତାତିରୁ ମିଳିଛି ଆଶ୍ୱସ୍ତି। ହେଲେ ଗୁଳୁଗୁଳିରୁ ମିଳିନି ତ୍ରାହି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!