ଭବାନୀପାଟଣା,,୭।୪:ଭବାନୀପାଟଣା ଜେଲ୍ରୁ ଦୁଇ ଜଣ ବିଚାରାଧୀନ କଏଦୀ ଫେରାର ହୋଇ ଯାଇଥିବା ସୂଚନା ମିଳିଛି। ଆଜି ସକାଳେ ଉଭୟେ ଜେଲ୍ରେ ନ ଥିବା ଜଣାପଡ଼ିଥିଲା। ବହୁ ଖୋଜାଖୋଜି କରି ସେମାନଙ୍କୁ ପାଇ ନ ଥିଲେ ଜେଲ୍ କର୍ତ୍ତୃପକ୍ଷ।କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାରର ପାଚେରୀ ଡେଇଁ ଦୁଇ ଜଣ କଏଦୀ ଫେରାର ହୋଇଯାଇଛନ୍ତି। ଦୁଇ ବନ୍ଦୀଙ୍କ ମଧ୍ୟରୁ ଜଣେ ନୂଆପଡାର ହୋଇଥିବାବେଳେ ଅନ୍ୟଜଣେ ଧର୍ମଗଡର ବୋଲି ଜଣାପଡିଛି। କଏଦୀଙ୍କ ନାମ ସିକନ୍ଦର ଜାଲ ଏବଂ ନୀଳମଣି ବିଭାର। ଦୁଇ ଜଣ ଯାକ ପୋସ୍କୋ ଆକ୍ଟ ରେ ବିଚାରାଧୀନ କଏଦୀ ଭାବେ କାରାଗାର ରେ ଥିଲେ। ଆଜି ସକାଳୁ ବଗିଚା କାମ କରୁଥିବାବେଳେ ପାଚେରୀ ଦେଇ ଚମ୍ପଟ ମାରିଥିବା ଜିଲ୍ଲା କାରାଗାର ପକ୍ଷରୁ ଟାଉନ ଥାନା ରେ ସୂଚନା ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |