କାଶ୍ମୀରରେ ଗୁଲାମ ନବୀ ଆଜାଦଙ୍କୁ ଟକ୍କରରେ ଦେବେ ମେହବୁବା ମଫତି

  ନୂଆଦିଲ୍ଲୀ,୭।୩: ଜାମ୍ମୁ କାଶ୍ମୀରରେ ଲୋକସଭା ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ପିଡିପି ସୁପ୍ରିମୋ ମେହବୁବା ମୁଫତୀ। ଅନନ୍ତନାଗ ନିର୍ବାଚନ ମଣ୍ଡଳିରୁ ଏଥର ମୁଫତୀ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ସେପଟେ ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦ ମଧ୍ୟ ଅନ୍ତନାଗର ରଜୌରୀ ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଫଳରେ ଏହି ଆସନରେ ଗୁଲାମ ନବି ଓ ମେହବୁବା ମୁଫତୀଙ୍କ ମଧ୍ୟରେ ଜୋରଦାର ଟକ୍କର ହେବ ବୋଲି କୁହାଯାଉଛି।କଶ୍ମୀର ତିନୋଟି ଲୋକସଭା ଆସନ ପାଇଁ ଆଜି ପଡିପି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି। କଶ୍ମୀରର ଅନନ୍ତନାଗ-ରଜୌରୀ, ଶ୍ରୀନଗର ଏବଂ ବାରାମୁଲା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ। ତେବେ ଅନନ୍ତନାଗ-ରଜୌରୀ ଆସନରୁ ଦଳର ମୁଖ୍ୟ ମେହବୁବା ମୁଫତୀଙ୍କୁ ପ୍ରାର୍ଥୀ କରିଛି ପିଡିପି। ସେହିପରି ଶ୍ରୀନଗରରେ ଦଳ ଯୁବ ନେତା ମହମ୍ମଦ ଓ୍ୱାହିଦ୍ ପାରା ଏବଂ ବାରାମୁଲା ଆସନରେ ଫୟାଜ୍ ମିରଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ଜମ୍ମୁର ଦୁଇଟି ଆସନ ଉଧମପୁର ଓ ଜମ୍ମୁରେ କଂଗ୍ରେସକୁ ପିଡିପି ସମର୍ଥନ କରିବ ବୋଲି କୁହାଯାଇଛି।ମେହବୁବା ମୁଫତୀ ପୂର୍ବରୁ ମଧ୍ୟ ଅନନ୍ତନାଗ ଆସନରୁ ସାଂସଦ ରହିସାରିଛନ୍ତି। ସେହିପରି ଗୁଲାମ ନବି ଆଜାଦ୍ ମଧ୍ୟ ଏହି ଆସନରୁ ସାଂସଦ ରହିସାରିଛନ୍ତି। ତେଣୁ ଏହି ଆସନରେ ଏଥର ଏକ ରୋଚକ ଲଢେଇ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!