୮,୭୭୪ ସିମ କାର୍ଡ ଜବତ କଲା ପୋଲିସ

ଗୋପଳଗଞ୍ଜ,୭।୪: ବିହାରର ଗୋପାଳଗଞ୍ଜରେ ଲୋକ ସଭା ନିର୍ବାଚନ ପୂର୍ବରୁ ୮ହଜାର ୭୭୪ ସିମ କାର୍ଡ ଏବଂ ନେପାଳୀ ମୁଦ୍ରା ଉଦ୍ଧାର ମାମଲାରେ ସୁରକ୍ଷା ଏଜେନ୍ସି ତଦନ୍ତ ଆରମ୍ଭ କରିଛି।   ଏହି ମାମଲାରେ ଆର୍ଥିକ ଅପରାଧ ନିୟନ୍ତ୍ରଣ ଏଜେନ୍ସୀ (EOU) ଓ ବିହାର ATS ମିଳିତ ଭାବରେ ଯାଞ୍ଚ ଆରମ୍ଭ କରି ଦେଇଛି । ପୋଲିସ ଓ ଯାଞ୍ଚ ଏଜେନ୍ସୀ ପକ୍ଷରୁ ଆଶଙ୍କା ପ୍ରକଟ କରାଯାଇଛି କି ଏହି ସିମ୍ କାର୍ଡ ଜରିଆରେ ଲୋକସଭା ନିର୍ବାଚନରେ ଅଘଟଣ ଘଟାଇବାର ଯୋଜନା କରାଯାଇଛି । ଇକୋନୋମିକ ଅଫେନ୍ସ ୟୁନିଟ (ଇଓୟୁ) ଏବଂ ବିହାର ଏଟିଏସ ଏହି ଘଟଣାର ତଦନ୍ତ କରୁଛନ୍ତି। ଲୋକ ସଭା ନିର୍ବାଚନରେ ଅନିୟମିତତା ସୃଷ୍ଟି କରିବାକୁ ଏହି ବିପୁଳ ପରିମାଣର ସିମ କାର୍ଡ ଏକ ଷଡଯନ୍ତ୍ର ହୋଇପାରେ ବୋଲି ପୋଲିସ ଏବଂ ଅନୁସନ୍ଧାନକାରୀ ସଂସ୍ଥା ଆଶଙ୍କା କରୁଛନ୍ତି।ପୋଲିସର ତଦନ୍ତ ସମୟରେ ମିଳିଥିବା ସୂଚନା ଅନୁଯାୟୀ, ସିମ କାର୍ଡକୁ ଦିଲ୍ଲୀରୁ ବିମାନ ଯୋଗେ ଗୋରଖପୁର ବିମାନବନ୍ଦରକୁ ଅଣାଯାଇଥିଲା। ଏହା ପରେ ନେପାଳରୁ ଆସିଥିବା ପଶ୍ଚିମବଙ୍ଗର ମାଲଦା ଜିଲାର ତିନିଜଣ ଯୁବକ ନିଜେ ବିମାନବନ୍ଦରରେ ସିମ କାର୍ଡ ପାଇଥିଲେ। ନେପାଳର କାଠମାଣ୍ଡୁରୁ ପୁରା ନେଟୱାର୍କ ଚାଲୁଥିଲା । ତେଣୁ ସୁରକ୍ଷା ଏଜେନ୍ସି ଭୟ କରୁଛନ୍ତି ଯେ ଶତ୍ରୁ ଦେଶ ଚାଇନା ମଧ୍ୟ ଏହା ପଛରେ ଥାଇପାରେ।ଗିରଫ ତିନିଜଣ ଯୁବକ ପଶ୍ଚିମବଙ୍ଗର ମାଲଦାର ବାସିନ୍ଦା ବୋଲି ଦାବି କରିଛନ୍ତି। କିନ୍ତୁ, ଏହାର ମଧ୍ୟ ଅନୁସନ୍ଧାନ କରାଯାଉଛି, କାରଣ ଉଭୟେ ବାଂଲାଦେଶୀ ବୋଲି ପୋଲିସ ଇନପୁଟ ପାଇଥିଲା। ଅନୁସନ୍ଧାନକାରୀ ସଂସ୍ଥା ଯାହା ସାହାଯ୍ୟ ମାଗିବେ ସେଥିରେ ପୋଲିସ ସହଯୋଗ କରିବ ବୋଲି ଗୋପାଳଗଞ୍ଜ ଏସପି ସ୍ବର୍ଣ୍ଣ ପ୍ରଭାତ କହିଛନ୍ତି। ସୂଚନାଯୋଗ୍ୟ, ଏପ୍ରିଲ ୫ରେ ଗୋପାଳଗଞ୍ଜର କୁଚାଇକୋଟ ପୋଲିସ ଷ୍ଟେଶନ ୟୁପି-ବିହାରର ବଲଥରୀ ଚେକ ପୋଷ୍ଟରେ ଥିବା ଏକ କାରରୁ ୮ ହଜାର ୭୭୪ସିମ କାର୍ଡ ଏବଂ ୧୮ହଜାର ନେପାଳୀ ମୁଦ୍ରା ଜବତ କରିଛି। ଗିରଫ ହୋଇଥିବା ଯୁବକ ପୋଲିସ ପଚରାଉଚରା ବେଳେ କହିଥିଲେ ଯେ ସାଇବର ଜାଲିଆତିରେ ସିମ କାର୍ଡ ବ୍ୟବହାର କରାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!