ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ଼ ଶୋ’ରେ ଦଳାଚକଟା

ଜବଲପୁର,୭।୪: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଜବଲପୁରରେ ଏକ ରୋଡ଼ ଶୋ’ରେ ସାମିଲ ହୋଇଥିଲେ । ପ୍ରବଳ ଭିଡ଼ କାରଣରୁ ମଞ୍ଚ ଭାଙ୍ଗିଯାଇଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣ କାର୍ଯ୍ୟକର୍ତ୍ତା ଆହତ ହୋଇଥିବା ଜଣାପଡ଼ିଛି ।ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ପ୍ରଧାନମନ୍ତ୍ରୀ ମୋଦୀ ରବିବାର ମଧ୍ୟ ପ୍ରଦେଶ ଗସ୍ତରେ ଯାଇ ସେଠାରେ ଏକ ରୋଡ ଶୋ କରିଥିଲେ। ସୋସିଆଲ ମିଡିଆରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ଆଜି ଜବଲପୁରରେ ରୋଡ ଶୋ ବହୁତ ଚମତ୍କାର ଥିଲା! ଏଠାରେ ମୋର ପରିବାର ସଦସ୍ୟଙ୍କ ଉତ୍ସାହ ଏବଂ ଉଦ୍ଦିପନା କହୁଛି ଯେ ଆମେ ତୃତୀୟ ଥର ପାଇଁ ଆଶୀର୍ବାଦ ପ୍ରାପ୍ତ ହେବାକୁ ଯାଉଛୁ । ଉନ୍ନତ ଭିତ୍ତିଭୂମି ଏବଂ ସଡ଼କ ସହିତ, ଆମେ ଏଠାରେ ପ୍ରତ୍ୟେକ କ୍ଷେତ୍ରରେ ଅଦୃଶ୍ୟ କାର୍ଯ୍ୟ କରିଛୁ । ଏହା ଜବଲପୁରର ବିକାଶ ପାଇଁ ନୂଆ ପକ୍ଷ ଦେଇଛି ।ତେବେ ଏହି ରୋଡ ଶୋ’ ସମୟରେ ଲୋକଙ୍କ ଭିଡ ଏତେ ପରିମାଣରେ ହୋଇଥିଲା ଯେ ଦଳାଚକଟାରେ ୫ ଜଣ ଆହତ ହୋଇଥିବା କୁହାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!