ଆଜି ଦିଶିବ ବିରଳ ସୂର୍ଯ୍ୟପରାଗ, ଭାରତ କିମ୍ବା ଓଡ଼ିଶାରେ ନାହିଁ ପ୍ରଭାବ

ନୂଆଦିଲ୍ଲୀ,୮।୪: ଆଜି ସଂଗଠିତ ହେବ ଚଳିତ ବର୍ଷର ବିରଳ ପୂର୍ଣ୍ଣ ସୂର୍ଯ୍ୟୋପରାଗ ।   ୪୦୦ବର୍ଷ ପରେ ଘଟିବାକୁ ଯାଉଛି ଏହି ଦୁର୍ଲବ ସଂଯୋଗ। ୫ଘଣ୍ଟା ୨୫ ମିନିଟ ଧରି ଚାଲିବ ସୂର୍ଯ୍ୟପରାଗ। ଏହି ମହାଜାଗତିକ ଦୃଶ୍ୟ ଆମେରିକା, କାନାଡା, ମେକ୍ସିକୋର କେତେକ ଅଞ୍ଚଳରେ ଏହା ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ । ଏହାର ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ । ଭାରତୀୟ ସମୟ ରାତି ୯ଟା ୧୨ ମିନିଟ୍ ରେ ଆରମ୍ଭ ହୋଇ ପରଦିନ ଭୋର୍ ୨ଟା ୨୨ ମିନିଟ୍ ସମୟରେ ଶେଷ ହେବ ।ସର୍ବାଧିକ ପରାଗ ରାତି ୧୧ଟା ୪୭ ମିନିଟ୍ ସମୟରେ ଦେଖାଯିବ । ତେବେ ଏହି ପୂର୍ଣ୍ଣ ସୂର୍ଯ୍ୟୋପରାଗ ଭାରତର କୌଣସି ଅଞ୍ଚଳରେ ଦେଖାଯିବ ନାହିଁ । ପୃଥିବୀ ଓ ସୂର୍ଯ୍ୟ ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିଥାଏ ଓ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ । ଫଳରେ ସୂର୍ଯ୍ୟ ଦେଖାନଯିବା ସହ ଦିନବେଳା ରାତିରେ ଭ୍ରମ ସୃଷ୍ଟି ହୋଇଥାଏ ।ତେବେ ନାସାର ଅଫିସିଆଲ ୱେବସାଇଟ ଏବଂ ୟୁଟ୍ୟୁବ ଚ୍ୟାନେଲରେ ଏହା ଦେଖିବାକୁ ମିଳିବ । ଯାହାକୁ ଆପଣ ଭାରତରେ ରହି ମଧ୍ୟ ଦେଖିପାରିବେ । ଏହି ଜ୍ୟୋର୍ତିବିଜ୍ଞାନ ଇଭେଣ୍ଟ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି । ଚଳିତ ବର୍ଷର ଏହା ପ୍ରଥମ ସୂର୍ଯ୍ୟୋପରାଗ ହେବାକୁ ଯାଉଛି । ସୂର୍ଯ୍ୟପରାଗରେ ‘ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିଥାଏ ଓ ଚନ୍ଦ୍ରଙ୍କ ଛାଇ ପୃଥିବୀ ଉପରେ ପଡିଥାଏ। ସେହି ଅଂଚଳର ଲୋକମାନେ କିଛି ସମୟ ପାଇଁ ଦିନ ବେଳେ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ। ତେବେ ଅନେକ ବର୍ଷ ପରେ ଏପ୍ରିଲ ୮ରେ ଆମେରିକା, କାନାଡ ଓ ମେକ୍ସିକୋରେ ଏଭଳି ସୂର୍ଯ୍ୟପରାଗ ଦେଖାଯିବ। ଏହି ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ।ସୂର୍ଯ୍ୟପରାଗକୁ ସିଧାସଳଖ କେବେ ଦେଖିବା ଉଚିତ ନୁହେଁ। ଏଥିପାଇଁ ସ୍ୱତନ୍ତ୍ର ପ୍ରକାର ଅପ୍ଟିକ୍ସ ବ୍ୟବହାର କରିବା ଦରକାର। ଏହି ପରାଗକୁ ଆମେରିକାର ସ୍ପେସ୍‌‌ ଏଜେନ୍ସି ନାସାର ଅଫିସିଆଲ ୱେବସାଇଟରେ ସିଧା ପ୍ରସାରଣ କରାଯିବ। ନାସାର ୟୁଟ୍ୟୁବ ଚ୍ୟାନେଲରେ ରାତି ୧୦.୩୦ରୁ ଲାଇଭ୍‌‌ ଷ୍ଟ୍ରିମିଂ କରାଯିବ। ଏହା ଦ୍ୱାରା ସୂର୍ଯ୍ୟପରାଗକୁ ଆପଣ ଲାଇଭ୍‌‌ ଦେଖିପାରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!