ଭୁବନେଶ୍ୱର ,୮ା୪: ରାଜ୍ୟରେ ତାତି ଅନୁଭୁତ ହେଉଥିବା ବେଳେ ଗତକାଲି କାଳବୈଶାଖୀ ବର୍ଷା ଯୋଗୁଁ ପାଗ ଥଣ୍ଡା ପଡିଛି । ସେହିଭଳି ଆଜି କେତେକ ସ୍ଥାନରେ ଘଡ଼ଘଡି ଏବଂ ବର୍ଷା ପାଇଁ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛନ୍ତି । ୮ ଟି ଜିଲ୍ଲାକୁ ୩ ଘଣ୍ଟିଆ ୱାର୍ଣ୍ଣିଂ ଜାରି କରାଯାଇଛି ।ବିଜୁଳି, ଘଡ଼ଘଡି ସହ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ମୟୁରଭଞ୍ଜ, କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତକାଲି ଅପରାହ୍ନ ସମୟରେ ଅନେକ ସ୍ଥାନରେ ବର୍ଷା ଏବଂ ଘଡ଼ଘଡି ବିଜୁଳି ଅନୁଭୁତ ହୋଇଛି । ଏଥିସହ ପବନ ମଧ୍ୟ ହୋଇଛି । ଏଥି ପାଇଁ ରାଜ୍ୟବାସୀଙ୍କୁ ତାତିରୁ ଆଶ୍ୱସ୍ତି ମିଳିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |