ଛତିଶଗଡ଼ର ସୀମାନ୍ତରେ ୬ ନକ୍ସଲଙ୍କୁ ଗିରଫ କଲା ସୁକମା ପୁଲିସ

ମାଲକାନଗିରି,୮ା୪: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା। ନିର୍ବାଚନ ପୂର୍ବରୁ ମାଓ ସଂଗଠନର ୨ ଜଣ ସହଯୋଗୀ ସହ ୪ ଜଣ ନକ୍ସଲକୁ ଗିରଫ କରିଛି ସୁକମା ପୁଲିସ। ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ପୁଲିସ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରିବା ସହ ଯାଞ୍ଚ କରୁଛି।  ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁକମା ଜିଲ୍ଲାରୁ ପୁଲିସ ଏବଂ CRPF କୋବ୍ରା ବାହିନୀର ମିଳିତ ଟିମ୍ ୬ଜଣ ଦୁର୍ଦ୍ଦାନ୍ତ ନକ୍ସଲଙ୍କୁ ଗିରଫ କରିଛି। ସେମାନେ ବହୁ ହିଂସାକାଣ୍ଡରେ ଜଡ଼ିତ ଥିବା ଜଣାଯାଇଛି। ଏହାସହ ଓ ସେମାନଙ୍କ ନାଁରେ ଅନେକ ମାମଲା ଥିବା ଜଣାପଡ଼ିଛି।ଡିଆରଜି ଯବାନ ପାଟ୍ରୋଲିଂ କରୁଥିବା ବେଳେ କିଛି ଲୋକଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ ଧରି ପଚରା ଚରା କରିବା ସମୟରେ ସେମାନଙ୍କ ଠାରୁ ମାଓ ସାମଗ୍ରୀ  ଜବତ କରିଛି। ତୁରନ୍ତ ସମସ୍ତ ମିଲିସିଆ ଏବଂ ନକ୍ସଲକୁ ଗିରଫ କରାଯାଇଛି। ଏମାନେ କେରଳାପାଲ ଅଂଚଳର ବୋଲି ପୁଲିସ କହିଛି। ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!