ଦଶମ ଶ୍ରେଣୀ ପରୀକ୍ଷାର ଆଡମିଟ କାର୍ଡ ଦେବା ସମୟରେ ପଇସା ନେବା ଭିଡିଓ ଭାଇରଲ

 ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ,୮।୪’:-ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡା ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ୟତିକ୍ରମ ଦେଖା ଦେଇଛି। ବିଦ୍ୟାଳୟ ରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବା ପାଇଁ ଆଡମିଟ କାର୍ଡ ଦେବା ସମୟରେ ଛାତ୍ର ଛତ୍ରୀ ଙ୍କ ଠାରୁ ପଇସା ଆଦାୟ କରାଯାଇଥିବା ଏକ ବିଡିଓ ଭାଇରେଲ ହଇଛି।ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଆଡମିଟ କାର୍ଡ ନେଉଥିବା ସମୟରେ ବିଦ୍ୟାଳୟର ଶିକ୍ଷକ ପିଲାଙ୍କୁ ଟଙ୍କା ମାଗୁଛନ୍ତି ପିଲାମାନେ ଟଙ୍କା ଦେଇ ଆଡମିଟ କାର୍ଡ ନେଉଛନ୍ତି। ତେବେ ଟଙ୍କା କଣ ପାଇଁ ମଗା ଯାଇଛି ପିଲାମାନେ ଜାଣିନଥିବା ବେଳେ 100ଟଙ୍କା ଦେଇ ଆଡମିଟ କାର୍ଡ ନେଇଥିବା କହିଛନ୍ତି। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ କୁମାର ମାଝୀଙ୍କୁ ପଚାରିବାରୁ ଜାଣି ନଥିବା କହିଥିବା ବେଳେ ଏକ ଭୋଜି ସମୟରେ ପିଲାମାନେ ଫୋଟ ଉଠାଇଥିବା ବାବଦ ରେ ଶିକ୍ଷକ ମାନେ ଟଙ୍କା ମାଗି ଥିବେ ବୋଲି କହିବା ସହ ତଦନ୍ତ କରିବେ ବୋଲି କହିଛନ୍ତି। ସେହିପରି ଚନ୍ଦାହାଣ୍ଡି ଗୋଷ୍ଟି ଶିକ୍ଷା ଅଧିକାରୀଙ୍କୁ ପାଖରେ ଏହାର କଣସି ଖବର ନାହିଁ।ନବରଙ୍ଗପୁର ଜିଲ୍ଲା ରେ ପାନାବେଡା ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ନବରଙ୍ଗପୁର ସାଂସଦ ଏଵଂ ଝରୀଗାଁ ବିଧାୟକଙ୍କ ଗ୍ରାମରେ ଥିବା ଏକ ସର୍ବ ପୁରାତନ ବିଦ୍ୟାଳୟ ଅଟେ।ଏହି ବିଦ୍ୟାଳୟ ରେ ପଢି ସାଂସଦ, ବିଧାୟକ ମଧ୍ୟ ପାଠ ପଡିଛନ୍ତି। ତେବେ ଛାତ୍ର ଛାତ୍ରୀ ଙ୍କ ଠାରୁ ଆଡମିଡ଼ କାର୍ଡ ଦେବା ସମୟରେ ଟଙ୍କା ମାଗିବା କୁ ଅଞ୍ଚଳ ନାପସନ୍ଦ କରିବା ସହ ସମ୍ପୃକ୍ତ ଶିକ୍ଷକ ମାନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!