କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଆଶ୍ୱସ୍ତି

ଭୁବନେଶ୍ୱର,୮।୪: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟର ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ଆଶ୍ୱସ୍ତି ।ସିବିଆଇ କୋର୍ଟର ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲୀପଙ୍କ ଉପରେ ଥିବା ଦଣ୍ଡ ଉପରେ ରହିତାଦେଶ ଜାରି ହୋଇଛି। ସେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଟିକେଟରେ ପୁଣିଥରେ ରାଉରକେଲାରୁ ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି । କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀପ ୨୦୨୦ ଅକ୍ଟୋବର ୨୬ରେ ଟ୍ରାଏଲ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯିବା ଉପରେ ଦିଲ୍ଲୀ ହାଇକୋର୍ଟ ଆଜି ରହିତାଦେଶ ଜାରି କରିଛନ୍ତି । ଦିଲ୍ଲୀପଙ୍କୁ ଏହି କୋଇଲା ଦୁର୍ନୀତି ମାମଲାରେ ସିବିଆଇ କୋର୍ଟ ୩ବର୍ଷର ଜେଲ ଦଣ୍ଡାଦେଶ ଓ ୧୦ଲକ୍ଷ ଟଙ୍କାର ଜୋରିମାନା ଧାର୍ଯ୍ୟ ହୋଇଥିଲା ।ଦିଲ୍ଲୀପଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସ୍ୱରନ କାନ୍ତ ଶର୍ମା ଶୁଣାଣି କରି ଏପ୍ରିଲ ୫ତାରିଖରେ ତାଙ୍କର ରାୟକୁ ସଂରକ୍ଷିତ ରଖିଥିଲେ । ଆଜି ଏହି ରାୟ ପ୍ରକାଶ ପାଇଛି । ଦିଲ୍ଲୀ ହାଇକୋର୍ଟଙ୍କ ୱେବସାଇଟରେ ଏହି ରାୟ ଉଲ୍ଲେଖ ରହିଛି । ଦିଲ୍ଲୀପ ତାଙ୍କ ଆବେଦନରେ ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛା ବ୍ୟକ୍ତ କରି ସିବିଆଇ କୋର୍ଟ ଦ୍ୱାରା ଦୋଷୀସାବ୍ୟସ୍ତ କରାଯିବା ଓ ଦଣ୍ଡାଦେଶ ଉପରେ ରହିତାଦେଶ  ନିମନ୍ତେ ଅନୁରୋଧ କରିଥିଲେ ।ଜଷ୍ଟିସ ଶର୍ମା ତାଙ୍କ ରାୟରେ କହିଛନ୍ତି ଯେ, ଯଦି ଶ୍ରୀ ରାୟଙ୍କ ପ୍ରାର୍ଥନାକୁ ମଞ୍ଜୁର କରାନଯାଏ, ତା’ହେଲେ ସେ ନିର୍ବାଚନ ଲଢ଼ିବାର ସୁଯୋଗ ହରାଇ ବସିବେ । ଏହା ତାଙ୍କର ରାଜନୀତିକ କ୍ୟାରିୟରକୁ ଅପୂରଣୀୟ କ୍ଷତି କରିବ । ତେଣୁ ରାୟ ଦୋଷୀ ସାବ୍ୟସ୍ତ ହେବାକୁ ନେଇ ରାୟ ଉପରେ କୋର୍ଟରେ ଚ୍ୟାଲେଞ୍ଜ କରିଥିବାରୁ ଟ୍ରାଏଲ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରାଯାଉଛି ।ଶ୍ରୀ ରାୟଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଓ ପ୍ରମୋଦ କୁମାର ଦୁବେ ମାମଲାର ପରିଚାଳନା କରୁଥିଲେ । ସିବିଆଇ ପକ୍ଷରୁ ବରିଷ୍ଠ ଆଡଭୋକେଟ୍ ଆରଏସ୍ ଚିମା ଓ ତରନ୍ନୁମ ଚିମା ହାଜର ହୋଇ ଶ୍ରୀ ରାୟଙ୍କ ଦୋଷୀ ସାବ୍ୟସ୍ତ ଉପରେ ରହିତାଦେଶ ଜାରିକୁ ବିରୋଧ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!