ଭୁବନେଶ୍ୱର,୮।୪: ଜି ଆଉ ୨ଜିଲ୍ଲାରେ ନୂଆ ପୁଲିସ ଏସପିଙ୍କୁ ନିଯୁକ୍ତି ମିଳିଛି । ପୂର୍ବରୁ ନିର୍ବାଚନ କମିଶନ ୨ଜଣ ଆଇଏଏସ୍ ଓ ୬ଜଣ ଆଇପିଏସଙ୍କୁ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇ ୩ଟି ଜିଲ୍ଲାରେ ନୂଆ ପୁଲିସ ଏସପିଙ୍କୁ ନିଯୁକ୍ତି ଦେଇଥିଲେ ।ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ସୋମବାର ଅବିନାଶ କୁମାରଙ୍କୁ ଖୋର୍ଦ୍ଧା ନୂତନ ଏସ୍ପି ଭାବରେ ନିଯୁକ୍ତ କରିଛନ୍ତି। ସେହିପରି ଆୟୋଗ ଡକ୍ଟର ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁର ଏସପି ଭାବରେ ମଧ୍ୟ ନିଯୁକ୍ତ କରାଯାଇଛି।ଏହାପୂର୍ବରୁ ପୂର୍ବତନ ଖୋର୍ଦ୍ଧା ଏସପି ଯୁଗଳ କିଶୋର ବନୋଥ ଏବଂ ପୂର୍ବତନ ବ୍ରହ୍ମପୁର ଏସପି ସୌରଭ ବିବେକ ଏମଙ୍କୁ ସ୍ଥାନାନ୍ତର କରିବାକୁ ଓଡ଼ିଶା ସରକାରଙ୍କୁ ଆୟୋଗ କହିଥିଲେ।ରାଜ୍ୟରେ ମୁକ୍ତ ଏବଂ ନିରପେକ୍ଷ ସାଧାରଣ ଓ ବିଧାନସଭା ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଆୟୋଗଙ୍କ ଉଦ୍ୟମର ଏକ ଅଂଶ ହେଉଛି ବଦଳି ଏବଂ ନୂତନ ନିଯୁକ୍ତି କରୁଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |