କଟକ ,୯।୪:ଆସନ୍ତା ୧୧ ତାରିଖରେ ପାଳନ ହେବ ଇଦ୍। ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟିର ଏହି ନିଷ୍ପତ୍ତି। ଆଜି ଚାନ୍ଦ ଦେଖା ନଯିବାରୁ ୧୧ରେ ଇଦ୍ ପାଳିବାକୁ ନିଷ୍ପତ୍ତି ହୋଇଛି। ଇଦକୁ ପାଳିବା ପାଇଁ ଭାଇଚାରା ସହର କଟକରେ ଇସଲାମ ଧର୍ମାଲମ୍ବି ଲୋକେ ମନରେ ବେଶ ଉତ୍ସାହିତ ଥିବା ବେଳେ ବିଭିନ୍ନ ମସଜିଦ ମାନଙ୍କରେ ସାମୁହିକ ନମାଜ ପାଠ ପଢିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।୧୧ ତାରିଖରେ ପାଳନ ହେବ ଇଦ୍। ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟି ଆସନ୍ତା ୧୧ ତାରିଖରେ ଇଦ୍ ପାଳନ ପାଇଁ ନିଷ୍ପତ୍ତି ନେଇଛି। ଆଜି ଚାନ୍ଦ ଦେଖା ନଯିବାରୁ ଆସନ୍ତା ୧୧ ତାରିଖରେ ଇଦ୍ ପାଳିବାକୁ ନିଷ୍ପତ୍ତି ହୋଇଛି।ତାରିଖ ଧାର୍ଯ୍ୟ ପରେ ଭାଇଚାରର ସହର କଟକରେ ଇସଲାମ ଧର୍ମାବଲମ୍ବୀଙ୍କ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ ପଢ଼ିବା ପାଇଁ ପ୍ରସ୍ତୁତି କରାଯାଇଛି। ନିଷ୍ଠାର ସହ ପୂରା ମାସ ପବିତ୍ର ରୋଜା ବା ଉପବାସ ପାଳିଥିଲେ ଇସଲାମ ଧର୍ମାବଲମ୍ବୀ।ଭଦ୍ରକ ସହରରେ ବି ଜିଲ୍ଲା ପ୍ରଶାସନ ପକ୍ଷରୁ ଇଦ୍ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସପି ଓ ଉପଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ। ଟ୍ରାଫିକ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ ବିଭାଗ ତରଫରୁ ପ୍ରସ୍ତୁତି କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |