ହନୁମାନ ଜୟନ୍ତୀରେ ସମ୍ବଲପୁରରେ ବାହାରିବ ନାହିଁ ଶୋଭାଯାତ୍ରା

ସମ୍ବଲପୁର,୯।୪: ଚଳିତ ବର୍ଷ ସମ୍ବଲପୁରରେ ହନୁମାନ ଜୟନ୍ତୀରେ ଶୋଭାଯାତ୍ରା କରିବା ଉପରେ ଜିଲା ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ହନୁମାନ ଜୟନ୍ତୀରେ ବାଇକ୍‌ ରାଲି ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଶାନ୍ତି କମିଟି ବୈଠକ ପରେ ଜିଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।ସମ୍ୱଲପୁରରେ ଚଳିତ ବର୍ଷ ହନୁମାନ ଜୟନ୍ତୀରେ ବାହାରିବ ନାହିଁ ଆଖଡ଼ା ଶୋଭାଯାତ୍ରା। ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଶାନ୍ତି ଓ ସମନ୍ୱୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଭଜନ କୀର୍ତ୍ତନ ସହ ସମସ୍ତ ରୀତିନୀତି ପାଳନ ହେବ। ତେବେ ମୁଖ୍ୟ ରାସ୍ତାରେ ବାଇକ ରାଲି କି କୌଣସି ପ୍ରକାର ଶୋଭାଯାତ୍ରା ହେବ ନାହିଁ। ସାଧାରଣର ନିର୍ବାଚନ ଓ ଗତ ବର୍ଷ ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଦଙ୍ଗା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।ସମ୍ବଲପୁରରେ ହନୁମାନ ଜୟନ୍ତୀ ଉତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ଆଖଡ଼ା ଶୋଭାଯାତ୍ରା। ଏହି ବିଶାଳ ଶୋଭାଯାତ୍ରାରେ ନୃତ୍ୟ ଓ ରୋଷଣୀ ସହ ପାରମ୍ପରିକ ସମରକଳା କୌଶଳ ପ୍ରଦର୍ଶିତ ହୋଇଥାଏ। ବିଭିନ୍ନ ସ୍ଥାନରୁ କଳାକାର ଓ ଆଖଡ଼ା ଦଳ ଆସିଥାନ୍ତି ଏଥିରେ ସାମିଲ ହେବା ପାଇଁ। ଆଖଡ଼ା ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ବିଳମ୍ବିତ ରାତିଯାଏ ଚାଲିଥାଏ ସାଂସ୍କୃତିକ ଶୋଭାଯାତ୍ରା। ଶେଷରେ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥାଏ। କିନ୍ତୁ ଗତ ବର୍ଷ ହନୁମାନ ଜୟନ୍ତୀ ବାଇକ ଶୋଭାଯାତ୍ରା ଓ ଆଖଡ଼ା ଶୋଭାଯାତ୍ରା ସମୟରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହେବା ସହ ସହର ଅଶାନ୍ତ ରିହିଥିଲା। ସହରରେ କାର୍ଫ୍ୟୁ ମଧ୍ୟ ଲାଗିଥିଲା ଓ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!