ନୂଆଦିଲ୍ଲୀ ,୧୦।୪: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ତିହାର ଜେଲ୍ରେ ରହିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା କମିବାର ନାଁ ଧରୁନାହିଁ । ରାଉଜ୍ ଆଭେନ୍ୟୁ କୋର୍ଟରୁ ତାଙ୍କୁ ପୁଣି ଶକ୍ତ ଧକ୍କା ଲାଗିଛି । କେଜ୍ରିୱାଲ ନିଜ ଓକିଲଙ୍କୁ ସପ୍ତାହରେ ୫ ଥର ଭେଟିବାକୁ କୋର୍ଟରେ ଅନୁମତି ମାଗିଥିଲେ । ତେବେ କୋର୍ଟ ତାଙ୍କର ଏହି ଆବଦନ ଖାରଜ କରିଦେଇଛନ୍ତି ।ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଥମିବାର ନାଁ ନେଉ ନାହିଁ ଅଡୁଆ। ୨୪ଘଣ୍ଟା ମଧ୍ୟରେ ତାଙ୍କୁ କୋର୍ଟ ପୁଣି ଏକ ଝଟକା ଦେଇଛନ୍ତି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ତାଙ୍କ ଗିରଫଦାରୀକୁ ବୈଧ ଦର୍ଶାଇଥିଲେ। ଅବକାରୀ ନୀତି ଦୁର୍ନୀତି ମାମଲାର ଗିରଫଦାରୀ ବିରୋଧରେ କେଜ୍ରିୱାଲ କରିଥିବା ଆବେଦନକୁ କୋର୍ଟ ଖାରଜ କରି ତାଙ୍କ ରିମାଣ୍ତକୁ ବେଆଇନ କୁହାଯାଇ ପାରିବ ନାହିଁ ବୋଲି ରୁଲିଂ ଦେଇଥିଲେ।ଏହି ରାୟ ପରେ ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କର ଦ୍ୱିତୀୟ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସପ୍ତାହରେ ୫ଥର ନିଜ ଓକିଲଙ୍କୁ ଭେଟିବାକୁ ଅନୁରୋଧ କରି ଏକ ଆବେଦନ କରିଥିଲେ। ହେଲେ ଏହାକୁ ଗ୍ରହଣ କରି ନହାନ୍ତି କୋର୍ଟ। ଅରବିନ୍ଦ କେଜ୍ରିୱାଲଙ୍କୁ ସପ୍ତାହରେ କେବଳ ଦୁଇଥର ତାଙ୍କ ଓକିଲଙ୍କୁ ଭେଟିବାକୁ ଅନୁମତି ମିଳିଛି।ଏହା ପୂର୍ବରୁ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ଲାଗିଛି । କେଜ୍ରିୱାଲ ଇଡି ଦ୍ୱାରା କରାଯାଇଥିବା ଗିରଫଦାରୀକୁ ହାଇକୋର୍ଟରେ ଆହ୍ୱାନ କରିଥିଲେ । ଗତ ମଙ୍ଗଳବାର ଏହି ମାମଲାରେ ହାଇକୋର୍ଟ ନିଜର ରାୟ ଶୁଣାଇଥିଲେ । କୋର୍ଟ କେଜ୍ରିୱାଲଙ୍କ ବିରୁଦ୍ଧରେ ଲାଗିଥିବା ଅଭିଯୋଗକୁ ଠିକ୍ ବୋଲି କହିବା ସହ କୌଣସି ପ୍ରକାର ଆଶ୍ୱସ୍ତି ଦେବାକୁ ମନା କରି ଦେଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |