ଭୁବନେଶ୍ୱର,୧୦ା୪: ରାଜ୍ୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନରେ ପଛରେ ପଡ଼ିଥିବା କଂଗ୍ରେସ ଆଜି ନିଜର ୫୯ଜଣିଆ ପ୍ରଚାର କମିଟି ଘୋଷଣା କରିଛି। କମିଟିରେ ଅଧ୍ୟକ୍ଷ ଦାୟିତ୍ୱରେ ଭକ୍ତଚରଣ ଦାସ ଓ ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଥିବାବେଳେ ଘରବାହୁଡ଼ା ନେତା ଶ୍ରୀକାନ୍ତ ଜେନା ଓ ଗିରିଧର ଗମାଙ୍ଗଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି। ତେବେ ଆଇଏଏସରୁ ରାଜନେତା ପାଲଟିଥିବା ବିଜୟ ପଟ୍ଟନାୟକଙ୍କୁ ପୁଣିଥରେ ଅଣଦେଖା ହେବାକୁ ପଡ଼ିଛି। ଉକ୍ତ କମିଟିରେ ଭକ୍ତ ଚରଣ ଦାସ ଅଧ୍ୟକ୍ଷ ଥିବା ବେଳେ ନବଜ୍ୟୋତି ପଟ୍ଟନାୟକ ଉପାଧ୍ୟକ୍ଷ ଅଛନ୍ତି।ସୁଧାଂଶୁ ଶେଖର ଦେଓ, ଶରତ ପଟ୍ଟନାୟକ, ନରସିଂହ ମିଶ୍ର, କେପି ସିଂଦେଓ, ନିରଞ୍ଜନ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ଗିରିଧର ଗମାଙ୍ଗ, କାହ୍ନୁଚରଣ ଲେଙ୍କା, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଣ୍ଟିଆ, ସୁଶୀଳା ତିରିଆ, ପଞ୍ଚାନନ କାନୁନ୍ଗୋ, ଶରତ ରାଉତ, ଜଗନ୍ନାଥ ପଟ୍ଟନାୟକ, ହଳଧର କାର୍ଜି, ସପ୍ତଗିରି ଉଲାକା, ବିଜୟ କୁମାର ପଟ୍ଟନାୟକ, ନକୁଳ ନାୟକ, ଡ.ହମିଦ ହୁସେନ, ପୃଥ୍ବୀବଲ୍ଲଭ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ବିଜୟଲକ୍ଷ୍ମୀ ସାହୁ, ସଦନ ନାୟକ, ମନୋରଞ୍ଜନ ତ୍ରିପାଠୀ, ପଦ୍ମକର ଗୁରୁ, କୃଷ୍ଣଚନ୍ଦ୍ର ଶଗରିଆ, ଜାକବ ପ୍ରଧାନ, ଲିପିକା ମାଝି, କୃଷ୍ଣଚନ୍ଦ୍ର ସାହୁ, ବନ୍ଦିତା ପରିଡ଼ା, ମନୋଜ ବିଶ୍ୱାଳ, ବିଦୁଭୂଷଣ ମହାପାତ୍ର, ପଞ୍ଚାନନ ଦାଶ ପ୍ରମୁଖ ରହିଛନ୍ତି।ସେହିପରି ବିସ୍ମୟ ମହାପାତ୍ର, ରଞ୍ଜିତା ରାଉତ, ଅଜିତ ଦାସ, ସନ୍ତୋଷ ମାଣ୍ଡେଲା, ଗଣେଶ ସାହୁ, ହେମନ୍ତ ପଣ୍ଡା, ତୁଷାର ରଞ୍ଜନ ପାଟ୍ଟଯୋଷୀ, ଅଙ୍କିତ ସିଂଘାଇ, ମାନସ ତ୍ରିପାଠୀ, ବିଷ୍ଣୁଚରଣ ବାରିକ, ଏମ୍ଡି ଆକବର ଖାନ୍, ଅଶୋକ କୁମାର ମହାନ୍ତି, ସରୋଜ କୁମାର ପ୍ରଧାନ, ଦେବେନ୍ଦ୍ର କୁମାର ସାହୁ, ଆକାଶ ଭୂୟାଁ, ଗିରିବାଳା ବେହେରା, ସସ୍ମିତା ବେହେରା, ହରେକୃଷ୍ଣ ସାହୁ, ଗୀତାଞ୍ଜଳି ମହାନ୍ତ, ଶଶୀକାନ୍ତ ଲେଙ୍କା, ସୁଦାମ ବାରିକ, ସତ୍ୟ ନାୟକ, ଫକୀରା ଜଗତ କମିଟିରେ ସଦସ୍ୟ ରହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |