ନୂଆଦିଲ୍ଲୀ,୧୦ା୪:ଏପ୍ରିଲ ୧୯ରୁ ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହେବ। ସେହିପରି ଓଡ଼ିଶାରେ ମେ’ ୧୩ରୁ ଲୋକମାନେ ୩ଟି ପର୍ଯ୍ୟାୟରେ ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ମତାଧିକାର ସାବ୍ୟସ୍ତ କରିବେ।ଏହାପୂର୍ବରୁ କିନ୍ତୁ ନେତାମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି। ବିଭିନ୍ନ ଉପାୟରେ ସେମାନେ ଲୋକଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରୁଛନ୍ତି।ତେବେ ଭୋଟ ବେଳେ ଟଙ୍କା ବାଣ୍ଟିବାର ମଧ୍ୟ ନଜିର ରହିଛି। ପ୍ରତିଥର ନିର୍ବାଚନ ବେଳେ ବିଭିନ୍ନ ଗାଡ଼ିରୁ ଟଙ୍କା ଜବତ ହୋଇଥାଏ। ଏହିକ୍ରମରେ ଆଜି ପ୍ରଥମଥର ପାଇଁ ଜବତ ହୋଇଛି ନଗଦ ଟଙ୍କା। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଡିଡି ଘାଟିରେ ଧରା ପଡ଼ିଛି ଗୋଟିଏ କାର।ଯାଞ୍ଚ ବେଳେ କାର ଭିତରୁ ମିଳିଛି ୪ ଲକ୍ଷ ୫୦ ହଜାର ଟଙ୍କା। ଫ୍ଲାଇଂ ସ୍କ୍ୱାଡ କାର ସହ ଟଙ୍କା ଜବତ କରିଛି। ଏଥିସହ ଡ୍ରାଇଭରକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ହାଜର କରାଇଛି।ଲକ୍ଷ୍ମୀପୁର ଫ୍ଲାଇଂ ସ୍କ୍ୱାଡ ଡ୍ରାଇଭରଙ୍କୁ ଧରିଥିବା ବେଳେ ସେ କାରରେ ଟଙ୍କାର ହିସାବ ଦେଇ ପାରି ନାହାନ୍ତି। ତେଣୁ ଆଗାମୀ ନିର୍ବାଚନରେ ଲୋକଙ୍କୁ ଟଙ୍କା ବାଣ୍ଟିବା ପାଇଁ କୌଣସି ପ୍ରାର୍ଥୀ ଏତେ ପରିମାଣର ଟଙ୍କା ନେଉଥିବା କୁହାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |