ଓଡ଼ିଶା ଆସିବେ ସୋନିଆ ଓ ରାହୁଲ ଗାନ୍ଧି

ଭୁବନେଶ୍ୱର,୧୦ା୪ :ଓଡ଼ିଶାରେ ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସର ଦୁଇ ହେଭିୱେଟ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଆସିବେ। ବିଶେଷ କରି କୋରାପୁଟ ଲୋକସଭା ନିର୍ବାଚନ ପାଇଁ ଉଭୟ ଆସିବେ। ଏନେଇ ଆଜି କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି। କୋରାପୁଟ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ସାଂସଦ ସପ୍ତଗିରି ଉଲାକା ଗଣମାଧ୍ୟମକୁ ଷ୍ଟାର ପ୍ରଚାରକଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମେ ପ୍ରଥମ ସପ୍ତାହରେ ସୋନିଆ, ରାହୁଲଙ୍କ ସହ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଓଡ଼ିଶା ଗସ୍ତ କରିବେ। ମେ’ ପ୍ରଥମ ସପ୍ତାହରେ ସୋନିଆ ଏବଂ ରାହୁଲ ଓଡ଼ିଶା ଗସ୍ତରେ ଆସିବେ। କୋରାପୁଟରେ ସୋନିଆ କଂଗ୍ରେସ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ଥିବା ବେଳେ ରାୟଗଡ଼ା ଗସ୍ତରେ ଆସି ପ୍ରଚାର କରିବେ ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!