ଡାବୁଗାଁ ରେ ହିନ୍ଦୁ ନବବର୍ଷ ଧୁମ୍ ଧାମ ପାଳିତ

 

ନବରଙ୍ଗପୁର (ମିହିର ଶଙ୍କର ପାତ୍ର),,୧୦ା୪- ଡାବୁଗାଁରେ ହିନ୍ଦୁ ନବବର୍ଷ ଧୁମ୍ ଧାମ ରେ ପାଳିତ ହୋଇଯାଇଛି।ଆଜି ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ବିଭିନ୍ନ ହିନ୍ଦୁ ସଂଗଠନ ତରଫରୁ ହିନ୍ଦୁ ନବବର୍ଷ ପାଳନ କରାଯାଇଥିଲା। ଡାବୁଗାଁ ଜୟନ୍ତିନଗର ସ୍ଥିତ ରାଧାକୃଷ୍ଣ ମନ୍ଦିର ରୁ ଏକ ସୁସଜ୍ଜିତ ରଥ ରେ ପ୍ରଭୁ ଶ୍ରୀରାମ ଙ୍କ ଫୋଟ ଲଗାଯାଇ ଏକ ବିରାଟ ବାଇକ୍ ରାଲି କରାଯାଇଥିଲା। ଯୁବକ ମାନେ ବାଇକ୍ ରେ ପ୍ରଭୁ ଶ୍ରୀ ରାମ ଙ୍କ ଗୌରିକ ପତାକା ଲଗାଇ “ଜୟ ଶ୍ରୀ ରାମ” ଧ୍ଵନୀ ରେ ନଗର ପ୍ରକମ୍ପିତ କରିଥିଲେ। ଜୟନ୍ତୀ ନଗର ରୁ ଅପରାହ୍ନ ୪ ଘଣ୍ଟ ସମୟରେ ବାଇକ୍ ରାଲି ବାହାରି ଡଙ୍ଗରିଗୁଡ଼ା, ଭରତ ଗୁଡା,ତାରିଣୀ ମନ୍ଦିର ମୁଖ୍ୟ ବଜାର ଛକ, ବଜାର ଦାଣ୍ଡ, ଗୌଡ଼ ସାହି,ପାତ୍ର ସାହି, କଳସୀ ମଣ୍ଡପ, ନୂଆ ଗୁଡା, ରେଭିନ୍ୟୁ ସାହି ଦେଇ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଭକ୍ତ ଙ୍କ ନିମନ୍ତେ ପଣା ର ବ୍ୟବସ୍ଥା କରାଯାଇଥିଲା।ହିନ୍ଦୁ ନବବର୍ଷ ପାଳନ ନିମନ୍ତେ ଗତକାଲି ଠାରୁବିଭିନ୍ନ ସ୍ଥାନରେ ହିନ୍ଦୁ ପ୍ରେମୀ ମାନେ ଗୌରୀକ ପତାକା ଲଗାଇ ଗୋରିକ ମୟ କରିଥିଲେ। ହିନ୍ଦୁ ପ୍ରେମୀ ମାନେ ଘର ଆଗରେ ଗୌରିକ ପତାକା ଲଗାଇଥିବା ଦେଖିବାକୁ ମିଳିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!