ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୬ ଛାତ୍ରଛାତ୍ରୀ ମୃତ

ହରିଆଣା: ଗୁରୁବାର ସକାଳେ ହରିୟାଣାର ନର୍ନାଉଲରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ସ୍କୁଲ୍‌ ବସଟି ଦୁଘର୍ଟଣାର ସମ୍ମୁଖୀନ ହୋଇ ଅନେକଙ୍କ ଜୀବନ ଯାଇଛି। ଜାଣିବାକୁ ମିଳିଛି ଯେ ସ୍କୁଲ୍‌ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍‌ଟି ଓଲଟି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଜଣ ଆହତ ହୋଇଛନ୍ତି। ଇଦ୍-ଉଲ୍-ଫିତଲ ପାଇଁ ଚାରିଆଡ଼େ ଛୁଟି ଥିବା ବେଳେ ସେହି ସ୍କୁଲ୍‌ଟି କିନ୍ତୁ ଖୋଲା ଥିଲା।ଏଥିସହ ୧୨ରୁ ଅଧିକ ପିଲା ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ ଡ୍ରାଇଭର ଓଭରଟେକ୍ କରିବାକୁ ଚେଷ୍ଟା କରୁଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!