ଭୁବନେଶ୍ୱର,୧୧।୪: ବିଧାନସଭା ଆସନ ସହ ଲୋକ ସଭା ଆସନ ପାଇଁ ବିଜେଡି ଗୁରୁବାର ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ବାଲେଶ୍ୱର ଲୋକ ସଭା ପାଇଁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟିକେଟ୍ ଦେଇଛି। ଲେଖାଶ୍ରୀ ବାଲେଶ୍ୱରରୁ ଭାଜପା ପ୍ରାର୍ଥୀ ପ୍ରତାପ ଷଢଙ୍ଗୀଙ୍କ ବିପକ୍ଷରେ ଲଢିବେ। ନିକଟରେ ଲେଖାଶ୍ରୀ ଭାଜପା ଛାଡି ବିଜେଡିରେ ମିଶିଥିଲେ।ବିଜୁ ଜନତା ଦଳ ଆଜି ବିଧାନସଭା ନିର୍ବାଚନ ଲାଗି ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ, ଶେଷ ଲୋକସଭା ପ୍ରାର୍ଥୀ ଭାବେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବାଲେଶ୍ୱର ସାଂସଦ ପ୍ରାର୍ଥୀ କରିଛି ବିଜେଡି।ବିଧାନସଭା ପାଇଁ ପାରାଦୀପରୁ ଗୀତାଞ୍ଜଳୀ ରାଉତରାୟ, ଭୁବନେଶ୍ୱର ମଧ୍ୟରୁ ଅନନ୍ତ ଜେନା, ନର୍ଲାରୁ ମନୋରମା ମହାନ୍ତି, ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ, ତାଳଚେରରୁ ବ୍ରଜକିଶୋର ପ୍ରଧାନ, ରେଢାଖୋଲରୁ ରୋହିତ ପୂଜାରୀ, ବାଲିଗୁଡ଼ାରୁ ଚକ୍ରମଣି କହଁର, ତେଲକୋଇରୁ ମାଧବ ସର୍ଦ୍ଦାର ଓ ଲକ୍ଷ୍ମୀପୁରରୁ ପ୍ରଭୁ ଜାନିଙ୍କୁ ପ୍ରାର୍ଥୀ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |