ମୋଷ୍ଟ ଓ୍ବାଣ୍ଟେଡ୍ ମାଓନେତାକୁ ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ ,୧୧।୪: ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ଝାଡ଼ଖଣ୍ଡ ଓ ଆସାମରେ ଚଢ଼ଉ କରି ମାଓବାଦୀ ସଂଗଠନ ‘ପିପୁଲ୍ସ ଲିବରେସନ ଫ୍ରଣ୍ଟ ଅଫ୍ ଇଣ୍ଡିଆ’ (ପିଏଲ୍ଏଫ୍ଆଇ)ର ଜଣେ ମୋଷ୍ଟ ଓ୍ବାଣ୍ଟେଡ୍ ସଦସ୍ୟଙ୍କୁ ଗିରଫ କରିଛି।  ଏନ୍ଆଇଏ ସ୍ଥାନୀୟ ପୁଲିସ ସହାୟତାରେ ବୁଧବାର ଝାଡ଼ଖଣ୍ଡ ଓ ଆସାମର ଦୁଇଟି ଲେଖାଏଁ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ାଉ ବେଳେ ବିନୋଦ ମୁଣ୍ଡା ଓରଫ ସୁଖୱାଙ୍କୁ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରୁ ଗିରଫ କରାଯାଇଛି।ଅଭିଯୁକ୍ତ ଜଣକ ମାଓବାଦୀ ସଂଗଠନ ପିଏଲଏଫଆଇର ସଶସ୍ତ୍ର ସଦସ୍ୟ ଏବଂ ଝାଡ଼ଖଣ୍ଡରେ ପିଏଲଏଫଆଇ ସହ ଜଡିତ ୪ଟି ମାମଲାରେ ୱାଣ୍ଟେଡ ଥିବା ତଦନ୍ତକାରୀ ସଂସ୍ଥା କହିଛି। ଏନଆଇଏ ତଦନ୍ତରୁ ଜଣାପଡିଛି ଯେ ନକ୍ସଲ କାର୍ଯ୍ୟକଳାପକୁ ପୁନରୁଦ୍ଧାର କରିବା ପାଇଁ ଝାଡ଼ଖଣ୍ଡ, ବିହାର, ଛତିଶଗଡ଼ ଏବଂ ଓଡ଼ିଶାରେ କୋଇଲା ବ୍ୟବସାୟୀ, ପରିବହନକାରୀ, ରେଳ ଠିକାଦାର ଏବଂ ବ୍ୟବସାୟୀଙ୍କଠାରୁ ପିଏଲଏଫଆଇ ସଦସ୍ୟ ଏବଂ କ୍ୟାଡରମାନେ ଦାଦାବଟି ଆଦାୟ କରୁଥିଲେ। ଚଢ଼ାଉ ବେଳେ ୨ଟି ୱାକି ଟକି, ୫ଟି ମୋବାଇଲ୍ ଫୋନ୍, ସିମ୍ କାର୍ଡ ଓ ନଗଦ ୧୧ ହଜାର ଟଙ୍କା, ପିଏଲ୍ଏଫ୍ଆଇ ସମ୍ବନ୍ଧୀୟ କାଗଜପତ୍ର ସମେତ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!