ବେଙ୍ଗାଲୁରୁ ରାମେଶ୍ୱରମ୍ କାଫେ ବିସ୍ଫୋରଣ : ୨ ଅଭିଯୁକ୍ତଙ୍କୁ ଗିରଫ

ବେଙ୍ଗାଲୁରୁ, ୧୨।୪: ବେଙ୍ଗାଲୁରୁରେ ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାର ପଶ୍ଚିମବଙ୍ଗରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)। ଅଭିଯୁକ୍ତ ଦୁଇଜଣ ହେଲେ ଅବଦୁଲ ମେଟେନ ତାହା ଏବଂ ମୁସାଭିର ହୁସେନ୍ ଶାଜିବ। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ହୋଇଥିବା ବେଳେ ଅନ୍ୟ ଜଣେ ବୋମା ବିସ୍ଫୋରଣକାରୀ।  ଏହି ଘଟଣାର ତଦନ୍ତ କରୁଥିବା ଏନଆଇଏ ମୁସାଭିର ହୁସେନ୍ ଶାଜିବଙ୍କୁ ଏହି ବିସ୍ଫୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ବୋଲି ଚିହ୍ନଟ କରିଛି। ଗତମାସରେ ଏନ୍‌ଆଇଏ ମୁଜାମ୍ମିଲ ସରିଫକୁ ୩ଟି ରାଜ୍ୟର ଏକାଧିକ ସ୍ଥାନରେ ଚଢ଼ଉ କରି ଗିରଫ କରିଥିଲା।ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଶୁକ୍ରବାର (ଏପ୍ରିଲ ୧୨) ପଶ୍ଚିମବଙ୍ଗର କୋଲକାତାରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଦୁଇଜଣ ପଳାତକ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାର୍ଚ୍ଚ ୧ରେ ବେଙ୍ଗାଲୁରୁର ଏକ କାଫେରେ ବିସ୍ଫୋରଣରେ ୯ଜଣ ଆହତ ହୋଇଥିଲେ। ଏହି ଆତଙ୍କବାଦୀମାନେ ମୁସାଭିର ହୁସେନ ଶାଜିବ ଏବଂ ଅବଦୁଲ ମଦିନ ତାହା ବୋଲି ଜଣାପଡିଛି।ଜଣେ ଏନଆଇଏ ମୁଖପାତ୍ର କହିଛନ୍ତି, ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଫେରାର ଥିବା ଅବଦୁଲ ମଥିନ ତାହା ଏବଂ ମୁସାଭିର ହୁସେନ ଶାଜିବଙ୍କୁ କୋଲକାତା ନିକଟରେ ଲୁଚି ରହିଥିବା ସ୍ଥାନରୁ ଚିହ୍ନଟ କରାଯାଇ ଏନଆଇଏ ଟିମ ଗିରଫ କରିଛି। ଏପ୍ରିଲ ୧୨ ସକାଳେ ଏନଆଇଏ କୋଲକାତା ନିକଟରେ ଅଭିଯୁକ୍ତ ଫେରାର ଥିବା ଜାଣି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଯେଉଁଠାରେ ସେମାନେ ମିଥ୍ୟା ପରିଚୟ ଦେଇ ଲୁଚି ରହିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!