‘ଜମ୍ମୁ କଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨।୪: ଜମ୍ମୁ-କାଶ୍ମୀରର ଉଧମପୁରରେ ବଡ ଘୋଷଣା କଲେ ପ୍ରଧାନମନ୍ତ୍ରୀ। ନିର୍ବାଚନ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରି ଦୁଇଟିି ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବ ଏବଂ ଖୁବଶୀଘ୍ର ଏଠାରେ ବିଧାନସଭା ନିର୍ବାଚନ ହେବ। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ନିର୍ବାଚନ କରିବାକୁ ବାରମ୍ବାର ଦାବି ହୋଇ ଆସୁଛି। ସଭାରେ ଏହି ୨ଟି ବଡ ଘୋଷଣା କରିବା ସହ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘ଜମ୍ମୁ କଶ୍ମୀର ଖୁବଶୀଘ୍ର ଫେରି ପାଇବ ରାଜ୍ୟ ମାନ୍ୟତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏହି ଘୋଷଣା କରିଛନ୍ତି। ତେବେ ରାଜ୍ୟ ମାନ୍ୟତା ମିଳିବା ପରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।ଉଦମପୁରରେ ଏକ ଜନ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ମୋଦି ବହୁତ ଆଗରେ ଭାବେ। ତେଣୁ ଏପର୍ଯ୍ୟନ୍ତ ଯାହା ଘଟିଛି ତାହା କେବଳ ଟ୍ରେଲର ଅଟେ। ମୋତେ ନୂଆ ଜମ୍ମୁ କଶ୍ମୀରର ଏକ ନୂତନ ତଥା ଚମତ୍କାର ଚିତ୍ର ସୃଷ୍ଟି କରିବାରେ ବ୍ୟସ୍ତ ହେବାକୁ ପଡିବ। ସମୟ ଆସି ନାହିଁ ଯେତେବେଳେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଜମ୍ମୁ କଶ୍ମୀରରେ ରାଜ୍ୟ ମାନ୍ୟତା ପାଇବ।  ଏକ ସମାବେଶକୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ ସେ ଜମ୍ମୁ କଶ୍ମୀରବାସୀଙ୍କ ଦୀର୍ଘ ଦିନର ଦୁଃଖ ଦୂର କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ଏବଂ ସମ୍ବିଧାନର ଧାରା ୩୭୦ ଫେରାଇ ଆଣିବାକୁ କଂଗ୍ରେସ ତଥା ଅନ୍ୟ ବିରୋଧୀ ଦଳଙ୍କୁ ଆହ୍ୱାନ ଦେଇଛନ୍ତି।ଉଲ୍ଲେଖଯୋଗ୍ୟ, ବିଜେପି ନେତୃତ୍ୱାଧୀନ କେନ୍ଦ୍ର ଅଗଷ୍ଟ ୨୦୧୯ ରେ ସମ୍ବିଧାନର ଧାରା ୩୭୦ ରଦ୍ଦ କରିଦେଇଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!