ପୁଅ ସହ ଅଫିସ  କାମରେ ବ୍ୟସ୍ତ ଓଡ଼ିଆ ଆଇଏଏସ୍   ଚର୍ଚ୍ଚାରେ ଭାଇରାଲ୍ ଭିଡିଓ

ଭୁବନେଶ୍ବର,୧୩।୪: କାର୍ଯ୍ୟରତ ପିତାମାତାମାନଙ୍କ ପାଇଁ, ଯେଉଁମାନେ ଗ୍ରୀଷ୍ମ ଛୁଟି ସମୟରେ ନିଜ ସରକାରୀ କାର୍ଯ୍ୟରେ ଛୁଟି ପାଆନ୍ତି ନାହିଁ, ସେମାନଙ୍କ ଚାକିରି ସହିତ ଶିଶୁ ଲାଳନ ପାଳନ କରିବା କଷ୍ଟକର ହୋଇପଡ଼େ।  ଅନେକ ପିତାମାତା ଏପରିକି ବିଦ୍ୟାଳୟ ଅନୁପସ୍ଥିତିରେ ନିଜ ପିଲାମାନଙ୍କୁ ନିଜ କାର୍ଯ୍ୟାଳୟକୁ ନେବାକୁ ବାଧ୍ୟ ହୋଇଥାନ୍ତି। ପିଲାର ଦାୟିତ୍ୱ ସାଙ୍ଗକୁ ଅଫିସ୍ କାର୍ଯ୍ୟ ବିଶେଷ କରି ସ୍କୁଲ ଛୁଟି ସମୟରେ ମାଆ ପାଇଁ ଏହି ସମୟ କେତେ ବଡ଼ ଆହ୍ୱାନ ପାଲଟିଥାଏ ତାହା ଦର୍ଶାଇଛନ୍ତି ଓଡ଼ିଆ ଆଇଏଏସ୍‌ ଅଧିକାରୀ ପାମେଲା ଶତପଥୀ।
ଆଇଏଏସ୍‌ ମା’ଙ୍କ ଟେବୁଲରେ ଖରାଦିନ ଛୁଟିରେ ଖେଳୁଛନ୍ତି ପୁଅ।  ଏହି ଭିଡିଓ ଏବେ ଭାଇରାଲ୍ ହେଉଛି।  ଆଇଏଏସ୍ ଅଧିକାରୀ ଏକ୍ସରେ ଏକ ଭିଡିଓ ସେୟାର କରି ଦର୍ଶାଯାଇଛି ଯେ ତାଙ୍କ ପୁଅ ଗ୍ରୀଷ୍ମ ଛୁଟି କଟାଉଛନ୍ତି ଏବଂ ସେ ସରକାରୀ କାର୍ଯ୍ୟ କରୁଛନ୍ତି। ମା’ଙ୍କ ଟେବୁଲରେ ଖେଳିବାରେ ସମ୍ପୂର୍ଣ୍ଣ ବ୍ୟସ୍ତ ଅଛନ୍ତି। ଭୁବନେଶ୍ବରର ଝିଅ ତଥା ତେଲାଙ୍ଗାନା କରିମନଗରର ଜିଲାପାଳ ପାମେଲା ଶତପଥୀ। ସେ କାର୍ଯ୍ୟାଳୟରେ କାମ କରୁଥିବା ସମୟରେ ତାଙ୍କ ପୁଅ ଟେବୁଲ୍ ଉପରେ ଖେଳୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଆଇଏଏସ ଶ୍ରୀମତୀ ଶତପଥୀ ଲେଖିଛନ୍ତି,‘ପୂର୍ବରୁ ସବୁଠୁ ଅଧିକ ପ୍ରତୀକ୍ଷିତ ସମୟ ଗ୍ରୀଷ୍ମ ଅବକାଶ ଏବେ ବର୍ଷର ସବୁଠାର ଭୟାନକ ସମୟ, ଯେବେ ତୁମେ ପୁଅର ମାଆ ହୁଅ।’
ଗୁରୁବାର ଦିନ ପୋଷ୍ଟ କରାଯାଇଛି, ଏହି ଭିଡିଓରେ ତାଙ୍କ ଛୋଟ ପୁଅ ନୀଳ ସୁପରମ୍ୟାନ୍ ଟି ଏବଂ ଲାଲ୍ ରଙ୍ଗର ପୋଷାକ ପିନ୍ଧି ଖୁସିରେ ଟେବୁଲ ଉପରେ ଖେଳୁଥିବାର ଚିତ୍ରଦେଖିବାକୁ ମିଳିଛି। ଓଡ଼ିଆ ଅଧିକାରୀଙ୍କ ନିଜ କାର୍ଯ୍ୟ ପ୍ରତି ପ୍ରତିବଦ୍ଧତା ଏବଂ ପୁଅର ନିରୀହ ଆନନ୍ଦ ମଧ୍ୟରେ ପାର୍ଥକ୍ୟ ଅନେକ କାର୍ଯ୍ୟରତ ପିତାମାତା, ବିଶେଷକରି ଛୁଟି ସମୟରେ ସମ୍ମୁଖୀନ ହେଉଥିବା ଆହ୍ବାନକୁ ଦର୍ଶାଉଛି। ଏପ୍ରିଲ୍ ୧୧ରେ ଏହି ଏହି ପୋଷ୍ଟ ଏକ୍ସ୍‌ରେ ହେବା ପରଠାରୁ ଏହି ଭିଡିଓ ୨.୮ ଲକ୍ଷରୁ ଅଧିକ ଦର୍ଶକ ଦେଖିଛନ୍ତି।
ଶ୍ରୀମତୀ ଶତପଥୀଙ୍କ ଜନ୍ମସ୍ଥାନ ସୁନାବେଢ଼ା, କୋରାପୁଟ୍ ଓଡ଼ିଶା।  ଭୁବନେଶ୍ବରସ୍ଥିତ କଲେଜ ଅଫ୍  ଇଜିନିୟରିଂ ଏଣ୍ଡ ଟେକ୍ନୋଲୋଜି, ଭୁବନେଶ୍ବରର କମ୍ପ୍ୟୁଟର ସାଇନ୍ସ ଏଣ୍ଡ ଇଜିନିୟରିଂର  ୨୦୦୫ ମସିହାର ଛାତ୍ରୀ ଏବଂ   ଭୁବନେଶ୍ବର ଡ଼ିଏଭି ୮ ନମ୍ବର ସ୍କୁଲର ପୁରାତନ ଛାତ୍ରୀ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!