ଭୁବନେଶ୍ୱର,୧୩ା୪: ଭୁବନେଶ୍ୱରରୁ ଧରାପଡ଼ିଲା ୫ ଜିଲ୍ଲା ପୁଲିସ ପାଇଁ ମୋଷ୍ଟ୍ ୱାଣ୍ଟେଡ ଥିବା ଲୁଟେରା ଗ୍ୟାଙ୍ଗ|୫ ଜିଲ୍ଲା ପୁଲିସ ପାଇଁ ମୋଷ୍ଟ୍ ୱାଣ୍ଟେଡ ଥିବା ଏକ କୁଖ୍ୟାତ ଡକାୟତ ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ । ସେମାନଙ୍କଠାରୁ ୧ କେଜି ସୁନାଗହଣା, ୧ କେଜି ୩୦୦ ଗ୍ରାମ ରୁପା ଅଳଙ୍କାର ଓ ନଗଦ ୩ ଲକ୍ଷ ୨୫ ହାଜର ଟଙ୍କା ଜବତ କରାଯାଇଛି।ଗିରଫ ଡକାୟତମାନେ ହେଉଛନ୍ତି, ଜଗତସିଂହପୁର ଶୁଭ୍ରକାନ୍ତ ବେହେରା ଓରଫ କାଜଲ, ଯାଜପୁର ଜିଲ୍ଲା ମଙ୍ଗଳପୁରର ବିଶ୍ୱଜିତ ଦାସ ଓରଫ ବିଟୁ ଓ ଜଗତସିଂହପୁରର ମଧୁସୂଦନ ମହାନ୍ତି। ସେମାନଙ୍କ ନାଁରେ ଅନେକ ମାମଲା ରହିଛି।ଶୁଭ୍ରକାନ୍ତ ନାଁରେ ବିଭିନ୍ନ ଥାନାରେ ୩୧ଟି ମାମଲା ଥିବା ବେଳେ ବିଶ୍ୱଜିତ ନାଁରେ ୩୮ଟି ଓ ମଧୁସୂଦନ ନାଁରେ ୧୨ଟି ମାମଲା ରହିଛି। ମଧୁସୂଦନ ନାଁରେ ହତ୍ୟା ମାମଲା ମଧ୍ୟ ଥିବା ଜଣାପଡ଼ିଛି।ଗତ ଦୁଇମାସ ହେଲାଣି ବିଭିନ୍ନ ଜିଲ୍ଲା ପୋଲିସର ନିଦ ହଜାଇ ଦେଇଥିଲା ଏହି ଗ୍ୟାଙ୍ଗ । ପୁରୀ ବଳଙ୍ଗାରେ ଡାକ୍ତର ଦମ୍ପତିଙ୍କୁ ବାନ୍ଧି ଏହି ଗ୍ୟାଙ୍ଗ ଡକାୟତି କରିଥିଲେ । ସେହିଭଳି ଗତ ୩୦ ତାରିଖରେ କାନନ୍ ବିହାରରୁ ଏକ ଘରୁ ଲୁଟ କରି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଟଙ୍କା ଲୁଟି ନେଇଥିଲେ । ଏହି ଗ୍ୟାଙ୍ଗ ବିଭିନ୍ନ ଅଞ୍ଚଳରେ ଲୋକାଲ ଇନଫର୍ମର ରଖୁଥିଲେ । କେଉଁ ଘର ଖାଲି ପଡ଼ୁଛି ତାହାର ଖବର ସଂଗ୍ରହ କରୁଥିଲେ । ଚୋରି ପାଇଁ ହାତରେ ମାରଣାସ୍ତ୍ର ଧରି ପଶୁଥିଲେ । ରାଜଧାନୀରେ ଏବେ ସବୁଦିନ କୌଣସି ନା କୌଣସି ସ୍ଥାନରୁ ହେଉଛି ଲୁଟ୍ । ଆପାର୍ଟମେଣ୍ଟ ହେଉ ଅବା ଘର, ତାଲା ପଡ଼ିଥିବା ଘର ଉପରେ ଏବେ ଲୁଟେରାଙ୍କ ନଜର ।ଏହି ଗ୍ୟାଙ୍ଗ ବିଭିନ୍ନ ଅଞ୍ଚଳରେ ଲୋକାଲ ଇନ୍ଫର୍ମର ରଖୁଥିଲେ। କେଉଁ ଘର ଖାଲି ପଡ଼ୁଛି, ତା’ର ଖବର ନେଉଥିଲେ। ଇନଫର୍ମରମାନେ ଫୋନ୍ ଯୋଗେ ସେମାନଙ୍କ ସହିତ ଯୋଗାଯୋଗ କରୁଥିଲେ। ଲୁଟ୍ କରିବା ପରେ ସେମାନେ ବାଇକ୍ରେ ଚମ୍ପଟ ମାରୁଥିଲେ। ସେମାନେ ପାଖରେ ମାରଣାସ୍ତ୍ର ରଖୁଥିଲେ। ଆବଶ୍ୟକ ପଡ଼ିଲେ ଘରେ ଥିବା ଲୋକଙ୍କୁ ବାନ୍ଧି ଲୁଟ୍ କରୁଥିଲେ। ଏମିତିକି ବାଧା ଦେଲେ ଆକ୍ରମଣ କରିବାକୁ ପଛାଉ ନଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |