କାଲିଠୁ ମା’ ସମଲେଶ୍ୱରୀଙ୍କ ପୀଠରେ ପାନ, ଗୁଟଖା, ମାଦକ ଦ୍ରବ୍ୟ

ସମ୍ବଲପୁର,୧୩ା୪ : ଆସନ୍ତାକାଲିଠୁ ମା ସମଲେଶ୍ବରୀଙ୍କ ପୀଠ ପରିସରରେ ମାଦକ ଦ୍ରବ୍ୟ , ପାନ ଗୁଟକା, ବିଡି, ସିଗାରେଟ ଆଦି ଦ୍ରବ୍ୟର ବ୍ୟବହାର ଉପରେ ରୋକ୍‌ ଲଗାଯାଇଛି। ଏନେଇ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କୌଣସି ପ୍ରକାର ମାଦକ ଦ୍ରବ୍ୟ ମନ୍ଦିର ପରିସର ଭିତରକୁ ନଆଣିବାକୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ନିଷ୍ପତ୍ତିକୁ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ମନ୍ଦିର ପରିସରର ପବିତ୍ରତା ଓ ପରିଚ୍ଛନ୍ନତା ସମସ୍ତ ଭକ୍ତଙ୍କ ଦାୟିତ୍ଵ। ଏଣୁ ଟ୍ରଷ୍ଟ ବୋର୍ଡ ସମସ୍ତ ଭକ୍ତ ତଥା ପୂଜକ ଓ କର୍ମଚାରୀ ମାନଙ୍କୁ ଅପିଲ କରିଛନ୍ତି କି ମାଦକ ଦ୍ରବ୍ୟର ବ୍ୟବହାର ନିଜେନ କରିବା ସହ ଅନ୍ୟ ମାନଙ୍କୁ ମଧ୍ୟ ଏନେଇ ସଚେତନ କରିନ୍ତୁ। ଏଥିସହିତ ମାଦକ ଦ୍ରବ୍ୟ ସେବନ କରି ମନ୍ଦିର ପରିସରରେ ଧରାପଡ଼ିଲେ ୫୦୦ ଟଙ୍କା ଜରିମାନା କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!