ନିଆରା ଯାତ୍ରା,ନିଆରା ପରମ୍ପରା ବିହନ ଛିନା ଯାତ୍ରା

 

ଝରୀଗାଁ (ଭୋଦେବ ଗୌଡ଼)  ,୧୪ା୪ :ନବରଙ୍ଗପୁର ଝରିଗାଁ ବ୍ଲକ ଚଚା ଗ୍ରାମରେ ମହାସମାରୋହରେ ପାଳିତ ହୋଇଯାଇଛି ବିହନ ଛିନା ଯାତ୍ରା । ଯାତ୍ରାରେ ଚଚା ଅଞ୍ଚଲରେ ବସବାସ କରୁଥିବା ୮ରୁ୧୦ ଖଣ୍ଡ ଗାଁର ଲୋକ ସାମିଲ ହୋଇଥାଆନ୍ତି ।ଇଷ୍ଟଦେବ ବୁଢା ଭୀମା ପକାନବନ୍ଦ ପାଖରେ ଆମ୍ବ ଥଟା ଠାରେ ପୂଜା ପାଆନ୍ତି। ଲୋକଙ୍କ ବିଶ୍ୱାସ ଯେ, ଇଷ୍ଟଦେବ ଯେଉଁ ଧାନ ବିହନ ଦିଅନ୍ତି ସେଥିରେ ପୋକ ଲାଗେନାହିଁ ।ଆଦିମ ଜନଜାତିଙ୍କ ଆଦି ପରମ୍ପରା ପାଇଁ ଉତ୍ସବ ମୁଖର ପରିବେଶ । ପାରମ୍ପରିକ ଆଦିବାସୀ ବାଦ୍ୟ ଯନ୍ତ୍ରରେ କମ୍ପୁଛି ପରିବେଶ । ଏହି ଉତ୍ସବରେ ଗାଁ ମୁରବୀମାନେ ନୂଆ ଜାମା ନୂଆ ବେଶରେ ସଜେଇ ହୋଇ ପାଖରେ ଏକାଠି ହୋଇଥାନ୍ତି । ଏମିତି ପାଳିତ ହୋଇଥାଏ ସେମାନଙ୍କ ଆଦି ପରମ୍ପରାର ମହାନ ପର୍ବ ବିହନ ଛିନା ଯାତ୍ରା । ଅଞ୍ଚଳର ଅନେକ ସମ୍ପ୍ରଦାୟର ଲୋକେ ଚାଷ କରି ପରିବାର ଚଳାଇଥାନ୍ତି । କୃଷିର ପ୍ରଥମ ପର୍ବ ବିହନ ଛିନା ଯାତ୍ରା । ଏହି ଦିନ ବିହନ ଧାନକୁ ପାରମ୍ପରିକ ରୀତିରେ ଇଷ୍ଟଦେବଙ୍କ ପାଖରେ ପୂଜା କରାଯାଏ । ପରେ ସେହି ଧାନକୁ, ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ବଣ୍ଟନ କରନ୍ତି ।ସେହି ଧାନ ବିହନ ଛିନିବା ବେଳେ କାଦୁଆ ଲିପନ କରନ୍ତି ।ବିଶ୍ୱାସ ଅଛି ଇଷ୍ଟଦେବ ବୁଢା ଭୀମା ଦେଇଥିବା ଧାନରେ ରୋଗପୋକ ଲାଗେ ନାହିଁ । ଏହା ସହ ଅଧିକ ଅମଳ ହୁଏ । ଚଚା ଅଞ୍ଚଲର ଲୋକେ ପୂଜା ସହ ମାନସିକ ବଳି ମଧ୍ୟ ଦେଇଥାନ୍ତି । ଲୋକଙ୍କ ବିଶ୍ୱାସ ଏହା ବି ରହିଛି ଯେ, ଦେବତା ଙ୍କ ପାଖରେ ଯାହା ମନୋକାମନା କଲେ ତାହା ପୂର୍ଣ୍ଣ ହୋଇଥାଏ ।ବିହନ ଛିନା ଯାତ୍ରା କୁ ଗ୍ରାମର ଗୋନ୍ତିଆ ପିତାମ୍ବର ପୂଜାରୀ ଗଣ୍ଡା ରୁକ ଧର ଗାଣ୍ଡା , ପୁଜକ ସୀତାରାମ ପୁଝାରି ନରସିଂ ମାଝୀ, ହରିଚନ୍ଦର ପ୍ରଧାନୀ ଚଳାନା ଘସିଆ ମାଝୀ, ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହି ପାଳନ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!