ଭୁବନେଶ୍ୱର,୧୪ା୪:ଭୁବନେଶ୍ୱରରେ ଆଳୁ କିଲୋ ଏବେ ୩୦ ଟଙ୍କା ରହିଥିବା ଜଣାପଡ଼ିଛି । ଏକ ନମ୍ବର ହାଟ ଖୁଚୁରା ଆଳୁ ବ୍ୟବସାୟୀଙ୍କ କହିବା କଥା, ବଜାରକୁ ନୂଆ ଆଳୁ ଆସିବା ଦିନଠାରୁ ଆଳୁ କିଲୋ ୨୦ ଟଙ୍କାରେ ବିକ୍ରି ହେଉଥିଲା । ୧୫-୨୦ ଦିନ ତଳେ ଏହା ପ୍ରଥମେ ୨୨ ଟଙ୍କା, ତାପରେ ୨୫ ଟଙ୍କାକୁ ବଢ଼ିଗଲା । ସପ୍ତାହେ ହେଲା ଆଳୁ କିଲୋ ପ୍ରତି ଦର ୩୦ ଟଙ୍କାକୁ ବଢ଼ିଗଲାଣି । ଆଳୁ ଦର ମଧ୍ୟ ଆକାଶ ଛୁଆଁ ହେଲାଣି । ଭୁବନେଶ୍ୱର ଆଇଗିଣିଆସ୍ଥିତ ପାଇକାରୀ ବଜାରରରେ ୪୬ କେଜି ଆଜୁ ବସ୍ତା ୯୨୦ ଟଙ୍କାରେ ବିକ୍ରି ହେଉଛି । ଯାହାକି ଦେଖିବାକୁ ଗଲେ କେଜି ପିଛା ୨୦ ଟଙ୍କା ପଡୁଛି । ଭୁବନେଶ୍ୱରର ଅନ୍ୟ ସବୁ ବଜାରରରେ ମଧ୍ୟ ଏହି ବ୍ୟବସାୟୀ ମାନେ ଆଳୁ ବିକୁଛନ୍ତି । କିନ୍ତୁ ଚିନ୍ତା ର ବିଷୟ ହେଉଛି ଖୁଚୁରା ବ୍ୟବସାୟୀ ମାନେ ଏହି ସବୁ ଗୋଦାମରୁ ଆଳୁୂ ଆଣି ଏହାକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି ।ସେଥିପାଇଁ ଭୁବନେଶ୍ୱରର ବିଭିନ୍ନ ମାର୍କେଟରେ ଭିନ୍ନ ଭିନ୍ନ ଦରରେ ଆଳୁ ମିଳୁଛି । ଭୁବନେଶ୍ୱର ୧ନଂ ହାଟରେ ଆଳୁଦର କେଜି ପିଛା ୨୮ ଟଙ୍କା ରେ ବିକ୍ରି ହେଉଛି । ସେହିପରି କଟକର ଛତ୍ରବଜାର ଯେଉଁ ଠାରେ ସବୁ ଠାରୁ ସୁଲଭ ମୁଲ୍ୟରେ ପନିପରିବା ମିଳେ ଏବଂ ସେଠାରେ ରହିଥିବା ଆଳୁ ଗୋଦାମରେ ମଧ୍ୟ କେଜି ପିଛା ୨୫ ରୁ ୨୭ ଟଙ୍କା ଦରରେ ଆଳୁ ମିଳୁଛି । ବର୍ତ୍ତମାନ ଗ୍ରାହକଙ୍କ ମନରେ ସବୁ ଠାରୁ ବଡ ପ୍ରଶ୍ନ ଉଙ୍କି ମାରୁଛି ଯେ କେଉଁ କାରଣରୁ ଖୁଚୁରା ବ୍ୟବସାୟୀ ମାନେ କେଜି ପିଛା ୮ ରୁ ୧୦ ଟଙ୍କା ଲାଭ ରଖି ଆଳୁ ବିକୁଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |