ଚଳିତ ବର୍ଷ ମୌସୁମୀରେ ସ୍ବାଭାବିକ ଠାରୁ ଅଧିକ ବର୍ଷା!

ଭୁବନେଶ୍ୱର,୧୫।୪:ଦେଶରେ ସ୍ବାଭାବିକ ଠାରୁ ଅଧିକ, ଓଡ଼ିଶାରେ କମ୍ ବର୍ଷା ସମ୍ଭାବନା ରହିଛି। ଓଡ଼ିଶା ସମେତ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ବି ନିଅଁଣ୍ଟିଆ ବର୍ଷା ହେବ । ଦକ୍ଷିଣ-ପଶ୍ଚିମ ମୌସୁମୀ ନେଇ ଆଇଏମଡ଼ି ଆକଳନ। ୨୦୨୪ ପାଇଁ ଦୀର୍ଘମିଆଦି ଆକଳନ ଜାରି। ଦେଶରେ ସ୍ବାଭାବିକ ବର୍ଷା, ଓଡ଼ିଶାରେ ନିଅଁଣ୍ଟିଆ ବର୍ଷା ନେଇ ଆକଳନ କରିଛି ଆଇଏମଡ଼ି।ଚଳତି ବର୍ଷ ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି।  ୨୦୨୪ ମନସୁନ୍ ସିଜିନରେ ୧୦୬ ପ୍ରତିଶତ ବର୍ଷିବ। ପୁରା ଦେଶରେ ୮୭ ସେଣ୍ଟିମିଟରରୁ ଅଧିକ ବର୍ଷା ଆକଳନ କରାଯାଇଛି।  ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପୂର୍ବାନୁମାନ ଜାରି ହୋଇଛି।ଜୁନ୍ ରୁ ସେପ୍ଟେମ୍ବର ଯାଏଁ ୧୦୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ମୌସୁମୀ ପ୍ରାରମ୍ଭରେ ଏଲ୍-ନିନୋ କ୍ରମେ ଦୁର୍ବଳ ହେବାର ସମ୍ଭାବନା ରହିଛି। ମୌସୁମୀ ଦ୍ୱିତୀୟାର୍ଦ୍ଧରେ ଲା-ନିନା ସକ୍ରିୟ ହେବା ଆକଳନ କରାଯାଉଛି।ମନସୁନ୍ ସିଜିନ ଆରମ୍ଭରୁ ନିଷ୍କ୍ରିୟ ହେବ ଏଲିନୋ।  ଅଗଷ୍ଟ ବେଳକୁ ଆରମ୍ଭ ହେବ ଲାନିନା କଣ୍ଡିସନ୍ । ଲାନିନା କଣ୍ଡିସନ ରହିଲେ ଭଲ ବର୍ଷା ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!