ଆଜି ଆଇପିଏଲ୍‌ ମହାସମର: ରାଜସ୍ଥାନ-କଲକାତା ଲଢ଼େଇ

ନୂଆଦିଲ୍ଲୀ,୧୬।୪: ମଙ୍ଗଳବାର ଇଡେନ୍‌ ଗାର୍ଡେନ୍‌ସରେ ପଏଣ୍ଟ ଟେବୁଲ୍‌ର ପ୍ରଥମ ୨ଟି ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ରାଜସ୍ଥାନ ୬ଟିରୁ ୫ଟି ମ୍ୟାଚ୍‌ ଜିତି ଶୀର୍ଷରେ ଥିବାବେଳେ କେକେଆର୍‌ ୫ଟିରୁ ୪ଟି ମ୍ୟାଚ୍‌ ଜିତି ୨ୟ ସ୍ଥାନରେ ରହିଛି। ତେଣୁ ମଙ୍ଗଳବାର ଯେଉଁ ଦଳ ଜିତିବ । ଏହା ଶୀର୍ଷ ସ୍ଥାନରେ ରହିବ। ରାଜସ୍ଥାନର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌କୁ କେକେଆର୍‌ର ସୁନୀଲ ନାରାୟଣଙ୍କ ସ୍ପିନ୍‌ର ମୁକାବିଲା କରିବାକୁ ପଡ଼ିବ। ଗତ ୧୨ ବର୍ଷ ହେଲା ନାରାୟଣ କେକେଆର୍‌ ପାଇଁ ନିୟମିତ ଭାବେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଗୌତମ ଗମ୍ଭୀରଙ୍କ ପରାମର୍ଶରେ ନାରାୟଣଙ୍କ ବୋଲିଂରେ ଆହୁରି ଉନ୍ନତି ଘଟିଛି। ସନ୍‌ରାଇଜର୍ସ ହାଇଦ୍ରାବାଦ ଭଳି ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ବିପକ୍ଷରେ ୧/୧୯ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ବିପକ୍ଷରେ ୧/୧୭ ବୋଲିଂ ଫିଗର ନାରାୟଣ ହାସଲ କରିଛନ୍ତି। ମଝି ଓଭରରେ ରନ୍‌ ରୋକିବାରେ ସିଦ୍ଧହସ୍ତ ପ୍ରମାଣିତ ହୋଇଛନ୍ତି ନାରାୟଣ। ମଙ୍ଗଳବାରର ମ୍ୟାଚ୍‌​‌ରେ  ଫର୍ମରେ ଥିବା ରାଜସ୍ଥାନ ରୟାଲ୍‌ସର ବ୍ୟାଟ୍‌ସମ୍ୟାନ୍- ସଞ୍ଜୁ ସାମ୍‌ସନ, ରିୟାନ୍ ପରାଗ ଓ ସିମ୍ରନ୍ ହେତ୍‌ମେୟରଙ୍କୁ ରୋକିବା ନାରାୟଣଙ୍କ ପାଇଁ ବଡ଼ ଆହ୍ବାନ ହେବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!