ଝେଲମ ନଦୀରେ ଡଙ୍ଗା ବୁଡି ୪ ମୃତ

  ନୂଆଦିଲ୍ଲୀ, ୧୬ା୪:ଶ୍ରୀନଗରର ଝେଲମ ନଦୀରେ ଗଙ୍ଗା ବୁଡିବା ଘଟଣାରେ ୪ ମୃତ। ବହୁ ସମୟ ଖୋଜାଖୋଜି ପରେ ୭ ଜଣଙ୍କୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଚିକିତ୍ସାଧୀନ ଅଛନ୍ତି। ଉଦ୍ଧାର ବ୍ୟକ୍ତିମାନଙ୍କୁ ମୁଜାଫର ଜାର୍ଗର ସ୍ଥିତ SMHS ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୪ ଜଣଙ୍କ ମୃତ୍ୟୁ ନେଇ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି। ଜମ୍ମୁ-କାଶ୍ମୀର ସ୍ଥିତ ଶ୍ରୀନଗରରେ ମଙ୍ଗଳବାର ବଡ ଅଘଟଣ ଘଟିଛି। ଏଠାରେ ଝେଲମ ନଦୀରେ ଡଙ୍ଗା ବୁଡି ୪ ଜଣଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ ଏଯାଏଁ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଡଙ୍ଗା ବୁଡିବା ସମୟରେ ଏଥିରେ ୨୦ ଜଣ ଥିଲେ। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଡଙ୍ଗାରେ ଶିଶୁ ମାନେ ଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଶ୍ରୀନଗର ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଜି ସକାଳେ ଝେଲମ ନଦୀରେ ଏହି ଡଙ୍ଗା ଓଲଟି ପଡିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!