ଯାଜପୁର ବସ୍ ଦୁର୍ଘଟଣା,୨ଜଣଙ୍କ ମୃତ୍ୟୁ

ଯାଜପୁର ,୧୬ା୪ ଯାଜପୁର କୁଆଖିଆ ନିକଟରେ ଘଟିଯାଇଥିବା ବସ୍ ଦୁର୍ଘଟରାରେ ୫ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ତେବେ ଏହି ୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ମୃତକଙ୍କୁ ଚିହ୍ନଟ କରାଯିବା ସହ ତାଙ୍କ ପରିଚୟ ପାଇଛି ପୋଲିସ । ଏହି ଦୁଇ ମୃତକ ହେଉଛନ୍ତି ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ଅଚିନ୍ତ୍ୟ ମାଇତି ଏବଂ ଉତ୍ତମ ମାଇତି । ଏହି ଦୁର୍ଘଟଣାକୁ ନେଇ ଡ୍ରାଇଭରଙ୍କ ନାଁରେ ଏତଲା ଦିଆଯାଇଛି । ଭୟଙ୍କର ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଥିବାରୁ ଧର୍ମଶାଳା ପୋଲିସ ତରଫରୁ ଏତଲା ଜାରି ହୋଇଛି ।ଯାଜପୁର ବାରବାଟୀ ବସ୍‌‌ ଦୁର୍ଘଟଣାରେ ଏସସିବିରେ ଆହତଙ୍କର ଚିକିତ୍ସା କରାଯାଉଛି। ଦୁର୍ଘଟଣାରେ ୫ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ହୋଇଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ସ୍ୱତନ୍ତ୍ର ଡାକ୍ତରୀଦଳ ସେମାନଙ୍କ ଚିକିତ୍ସା କରୁଛନ୍ତି। ଏହାସହିତ ଏସସିବିର ଅସ୍ଥଶଲ୍ୟରେ ୧୪ଜଣ ଭର୍ତ୍ତି ହୋଇଛନ୍ତି। ସୋମବାର ଦୁର୍ଘଟଣା ପରେ ଏସସିବିରେ ୪୬ ଆହତ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଚିକିତ୍ସାପରେ ୨୭ଜଣଙ୍କୁ ଡିସଚାର୍ଜ କରାଯାଇଥିବା ସୂଚନା ମିଳିଛି।ପରିବହନ ବିଭାଗ ପକ୍ଷରୁ ଯାଜପୁର ବସ ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଅତିରିକ୍ତ ସଚିବ । ପରିବହନ ବିଭାଗ ଅତିରିକ୍ତ ସଚିବ ଲାଲମୋହନ ସେଠୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏଭଳି ଏକ ଦୁର୍ଘଟଣା ପାଇଁ ଗାଡ଼ିଚାଳକଙ୍କୁ ଦାୟୀ କରିଛନ୍ତି ଅତିରିକ୍ତ ସଚିବ । ଡ୍ରାଇଭରଙ୍କ ଭୁଲ ଯୋଗୁଁ ହିଁ ଏହି ଦୁର୍ଘଟଣା ଘଟିଥିବା ସେ ପ୍ରକାଶ କରିଛନ୍ତି । ତେବେ ବସର କଣ୍ଡିସନ ଭଲ ଅଛି ଏବଂ ମାର୍ଚ୍ଚରେ ହିଁ ଫିଟନେସ ସାର୍ଟିଫିକେଟ ମିଳିଥିବା ଜାଣିବାକୁ ମିଳିଛି । ତେବେ ଦ୍ରୁତଗତି ଏବଂ ଓଭରଟେକ୍ କିମ୍ବା ଫୋନରେ କଥା ହୋଇ ଗାଡ଼ି ଚଳାଇବା କାରଣରୁ ଏହି ଦୁର୍ଘଟଣା ହୋଇଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି । ଏପରିକି ଦୁର୍ଘଟଣା ସମୟରେ ଡ୍ରାଇଭର ବ୍ରେକ ମଧ୍ୟ ଲଗାଇ ନଥିଲେ । ଏଥିରୁ ଡ୍ରାଇଭରର ଅସାବଧାନତା ଏବଂ ଅବହେଳା ସ୍ପଷ୍ଟ ବାରି ହେଉଛି ।ସେପଟେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଏବଂ ୪୬ ଯାତ୍ରୀ ଆହତ ହୋଇଥିବାରୁ ଡ୍ରାଇଭର ନାଁରେ ଅପରାଦିକ ମାମଲା ରୁଜୁ ହେବ । ତେବେ ମାମଲାରେ ଅଧିକ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପରିବହନ ବିଭାଗର ଅତିରିକ୍ତ ସଚିବ ଲାଲମୋହନ ସେଠୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!