ରାଜ୍ୟରେ ଅସମ୍ଭାଳ ତାତି,ବାଲେଶ୍ବର ସବୁଠାରୁ ଉତ୍ତପ୍ତ

ଭୁବନେଶ୍ୱର,୧୬ା୪:ସାରା ଓଡ଼ିଶାରେ  ପ୍ରବଳ ଗରମ।  ସକାଳ ୭ଟା ବେଳକୁ ଦିନ ୧୧ଟା ପରି ଗରମ ଅନୁଭୂତ ହେଉଛି। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏନେଇ ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି।ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟରେ ଅସମ୍ଭାଳ ତାତି ଦେଖିବାକୁ ମିଳିଛି। ସକାଳ ସାଢ଼େ ୮ଟା ସୁଦ୍ଧା ବାଲେଶ୍ବର ୩୪.୪ ଡଗ୍ରି ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଏଣେ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୨.୬ ଡିଗ୍ରି ରେକର୍ଡ କରାଯାଇଛି। ତେଣେ ଚାନ୍ଦବାଲିରେ ୩୨.୬, ପୁରୀରେ ୩୨.୪, କେନ୍ଦୁଝରରେ ୩୧.୨, ଝାରସୁଗୁଡ଼ା ଓ ଗୋପାଳପୁରରେ ତାପମାତ୍ରା ୩୧.୪ ଡିଗ୍ରି ରେକର୍ଡ ହୋଇଛି।ଏହି ସମୟରେ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି। ୧୭ରୁ ୨୦ ତାରିଖ ଯାଏଁ କିଛି ସ୍ଥାନରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ମଧ୍ୟ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତକାଲି ୪୦ ଡିଗ୍ରୀ ଉପରେ ରହିଥିଲା ରାଜ୍ୟର ୧୮ ସହର। ୪୧.୪ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ତାପଛକୁ ରହିଛି ଭୁବନେଶ୍ବର।ଗତକାଲି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ ହୋଇଛି। ଚାନ୍ଦବାଲି ଓ ନୂଆପଡ଼ାରେ ବି ପାରଦ ୪୧.୨ ଡିଗ୍ରୀ ରହିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!