ସିଭିଲ୍‌‌ ସର୍ଭିସ୍‌‌ ୨୦୨୩ ପରୀକ୍ଷା ଫଳ ପ୍ରକାଶ

ନୂଆଦିଲ୍ଲୀ ,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ପ୍ରକାଶ ପାଇଛି ୨୦୨୩ ସିଭିଲ୍‌‌ ସର୍ଭିସ୍‌‌ ପରୀକ୍ଷା ଫଳ। ସର୍ବଭାରତୀୟ ସ୍ତରରେ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଓଡ଼ିଆ ପୁଅ ଅନିମେଶ ପ୍ରଧାନ।୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ ରହିଛନ୍ତି । ତୃତୀୟ ସ୍ଥାନରେ ଡି.ଅନନ୍ୟା ରେଡ୍ଡୀ, ଚତୁର୍ଥ ସ୍ଥାନରେ ପି. କେ. ସିଦ୍ଧାର୍ଥ ରାମକୁମାର ଅଛନ୍ତି । ସେହିପରି ରୁହାନୀ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ।ଓଡ଼ିଶାରୁ ପରୀକ୍ଷା ଦେଇଥିବା ପ୍ରଜ୍ଞାନନ୍ଦନ ଗିରି ୨୪ ନଂ ର଼୍ୟାଙ୍କ ପାଇଥିବାବେଳେ ଆୟୁଷୀ ପ୍ରଧାନ ୩୬ ନଂ ରାଙ୍କ ପାଇଛନ୍ତି । ୬୦ ନଂ ରାଙ୍କରେ ଅଭିମନ୍ୟୁ ମଲ୍ଲିକ, ୧୧୦ ନଂ ରାଙ୍କରେ ଅମ୍ରିତାଂଶୁ ନାୟକ ରହିଛନ୍ତି । ସେହିଭଳି ଜୟଶ୍ରୀ ପ୍ରଧାନ ୫୨ ନଂ ର଼୍ୟାଙ୍କରେ ଥିବା ବେଳେ ଯଶୋବନ୍ତ ମଲ୍ଲିକ ୧୧୫ ନଂ ଏବଂ ପଦ୍ମନାଭ ମିଶ୍ର ୧୭୬ ନଂ ସ୍ଥାନରେ ଅଛନ୍ତି।
UPSC TOP 20:
୧-ଆଦିତ୍ୟ ଶ୍ରୀବାସ୍ତବ
୨-ଅନିମେଶ ପ୍ରଧାନ
୩-ଡୋନୁରୁ ଅନନ୍ୟା ରେଡ୍ଡୀ
୪- ପି.କେ ସିଦ୍ଧାର୍ଥ ରାମକୁମାର
୫-ରୁହାନୀ
୬-ସୃଷ୍ଟି ଦାବସ
୭-ଅନମୋଲ ରାଠୋର
୮-ଆଶିଷ କୁମାର
୯-ନୌସିନ
୧୦-ଐଶ୍ୱର୍ୟ୍ୟାମ ପ୍ରଜାପତି
୧୧-କୁସ ମତୱାନି
୧୨-ଅନିକେତ ସାଣ୍ଡିଲ୍ୟ,
୧୩-ମେଧା ଆନନ୍ଦ
୧୪- ଶୌର୍ଯ୍ୟ ଅରୋରା
୧୫-କୁନାଲ ରସ୍ତୋଗ
୧୬-ଅୟାନ ଜୈନ
୧୭- ସ୍ବାତୀ ଶର୍ମା
୧୮-ୱାର୍ଦା ଖାନ
୧୯-ଶିବମ କୁମାର
୨୦-ଆକାଶ ବର୍ମା

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!