୩୭ ବିଧାନସଭାରେ ପ୍ରାର୍ଥୀ ଘୋଷଣା କଲା ଆମ୍ ଆଦମୀ ପାର୍ଟି

ଭୁବନେଶ୍ୱର,,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ୍ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଛି । ସିପିଆଇ(ଏମ୍ ) ମଧ୍ୟ ଆଜି ଭୁବନେଶ୍ୱର ଲୋକସଭା ସମେତ ୭ଟି ବିଧାନସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି ।ଏପ୍ରିଲ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ଗ୍ରହଣ କରାଯିବ । ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏପରି ସ୍ଥିତିରେ ରାଜନେତାମାନେ ଦଳ ବଦଳ କରୁଥିବା ଦେଖାଯାଉଛି ।ତେବେ ଏହା ମଧ୍ୟରେ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ) ପକ୍ଷରୁ ୩୭ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯାଇଛି । ପଦ୍ମପୁରରୁ ବାଲ୍ମିକୀ ନାୟକ, ବରଗଡ଼ରୁ ଆଶିଷ ଶତପଥୀ, ବଣାଇରୁ କୁନୀ ମୁଣ୍ଡା, ଉଦଳାରୁ ରାଜ କିଶୋର ମାର୍ଣ୍ଡିଂ ନିର୍ବାଚନ ଲଢ଼ିବେ । ଏହା ପୂର୍ବରୁ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରାଯାଇଥିଲା ।ସେହିପରି ଆମ୍ ଆଦମୀ ପାର୍ଟି ୩୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ପଦମପୁର-ବାଲ୍ମକୀ ନାୟକ, ବରଗଡ଼-ଆଶୀଷ ଶତପଥୀ, ଅତାବିରା-ଜୟକୃଷ୍ଣ ଛୁରିଆ, ଭଟଲୀ-ଶାହରୁଖ ଲୋଧିଆ, ବ୍ରଜରାଜନଗର-କୁମୁଦ ରଞ୍ଜନ ପ୍ରସାଦ, ବଣାଇ- କୁନି ମୁଣ୍ଡା, ରେଙ୍ଗାଳୀ-ସୀତାକାନ୍ତ ରୋହିଦାସ, ଉଦଳା-ରାଜକିଶୋର ମାରାଣ୍ଡି, ମୋରଡ଼ା-ଶଙ୍କର୍ଷଣ ମିଶ୍ର, ବଡ଼ଚଣା-ବିଜୟ ଦାସ, ଢେଙ୍କାନାଳ- ଭରତ କୁମାର ଦାସ, ଅନୁଗୁଳ-ଦୀପ୍ତିମୟୀ ଦାଶ, ବଲାଙ୍ଗୀର-ଆଶୀଷ ପାଣ୍ଡେ, ଭବାନୀପାଟଣା-ରମେଶ ନାଏକ, ନର୍ଲା- ପୃଥ୍ୱୀରାଜ ଛତ୍ରିଆ, ଜି.ଉଦୟଗିରି-ଯଉବନ ମଲ୍ଲିକ, ବୌଦ୍ଧ-ସ୍ମୃତି ସରସ୍ୱତୀ ସ୍ୱାଇଁ, ଆଠଗଡ଼- ଦେବୀପ୍ରସାଦ ମହାପାତ୍ର, ଚୌଦ୍ୱାର କଟକ- ବିଜୟଲକ୍ଷ୍ମୀ ମହାପାତ୍ର, ମାହାଙ୍ଗା- ଶାରଦା ପ୍ରସାଦ ଦାଶ, ପାଟକୁରା-ଅଶୋକ କୁମାର ତ୍ରିପାଠୀ, ମହାକାଳପଡ଼ା-ବୈବାମନୁ ବେଉରା, ବାଲିକୁଦା ଏରସମା- ବରଦା ପ୍ରସନ୍ନ ସାହୁ, ପୁରୀ-ସତ୍ୟଜିତ ମହାନ୍ତି, ବ୍ରହ୍ମଗିରି-ଅଶ୍ୱିନୀ କୁମାର ସାମନ୍ତ ସିଂହାର, ଭୁବନେଶ୍ୱର ଉତ୍ତର- ସୋମନାଥ ରାଉତ, ଦଶପଲ୍ଲା-ଅଶୋକ ନାୟକ, ଭଞ୍ଜନଗର- କବିରାଜ ବେହେରା, ଛତ୍ରପୁର- ରିତୁ କୁମାରୀ ସେଠୀ, ଗୋପାଳପୁର- ପି ନୀଳକଣ୍ଠ, ବ୍ରହ୍ମପୁର- ସୁବାସ ଚନ୍ଦ୍ର ରାଉତ, ଦିଗପହଣ୍ଡି- ପି ମନୋଜ କୁମାର, ଚିକିଟି- ଡୁକା ଶ୍ରୀନିବାସ, ପାରଳାଖେମୁଣ୍ଡି- ମନୋଜ ବଡ଼ନାଏକ, ଜୟପୁର-ଗୌରୀଚରଣ ଦେବଶର୍ମା, କୋରାପୁଟ-କର୍ପୁର ହନ୍ତାଳ, ଚିତ୍ରକୋଣ୍ଡା-ଶରତ ଚନ୍ଦ୍ର ବୁରୁଡ଼ାଙ୍କୁ ଦଳ ପ୍ରାର୍ଥୀ କରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!