ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ ୪୩.୬ ଡିଗ୍ରୀ, ଝାରସୁଗୁଡା ୪୨.୬ ଡିଗ୍ରୀ,ବାଲେଶ୍ୱର ୪୨.୨ ଡିଗ୍ରୀ,ସମ୍ବଲପୁର: ୪୧.୭ ଡିଗ୍ରୀ, ହୀରାକୁଦ ୪୧.୪, ଚାନ୍ଦବାଲି ୪୧.୨ ଡିଗ୍ରୀ, କେନ୍ଦୁଝର ୪୦.୯ ଡିଗ୍ରୀ , ରାଉରକେଲା: ୪୦.୨ଡିଗ୍ରୀ , ପାରାଦ୍ୱୀପ ୩୬.୩ ଡିଗ୍ରୀ, ପୁରୀ : ୩୫ ଡିଗ୍ରୀ ଏବଂ ଗୋପାଳପୁର ୩୪.୮ ଡିଗ୍ରୀ ରେକର୍ଡ ହୋଇଛି।ଆସନ୍ତା ଦୁଇଦିନ ରାଜ୍ୟର କେତେକ ଅଞ୍ଚଳରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ମୟୂରଭଞ୍ଜ, ନୟାଗଡ, ଗଜପତି ଓ ନୂଆପଡା ଜିଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତ୍‌‌ସିଂହପୁର, କଟକ, ଯାଜପୁର, ଖୋର୍ଦ୍ଧା, ଢ଼େଙ୍କାନାଳ, ଅନୁଗୁଳ, କେନ୍ଦୁଝର, ବୌଦ୍ଧ, କନ୍ଧମାଳ, ଝାରସୁଗୁଡା, ବରଗଡ, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!