କରାଯାଇ ପାରିବନି ଟ୍ୟାମ୍ପରିଂ,VVPAT ସ୍ଲିପ ନେଇ ପାରିବେ କି ଭୋଟର? :ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪  ,ସୁପ୍ରିମକୋର୍ଟରେ ଇଭିଏମ ମେସିନ ଗୁଡ଼ିକର ସତ୍ୟତା ଉପରେ ଶୁଣାଣି ଚାଲିଛି। ଗୁରୁବାର ଦେଶର ନିର୍ବାଚନ ଆୟୋଗ ଦେଶର ସୁପ୍ରିମକୋର୍ଟରେ ସ୍ପଷ୍ଟ କରିଛନ୍ତି ଯେ ଇଭିଏମ ଏକ ସ୍ବାଧୀନ ମେଶିନ। ଏହାକୁ ହ୍ୟାକ କିମ୍ବା ଟ୍ୟାମ୍ପରିଂ କରାଯାଇପାରିବ ନାହିଁ। VVPAT କୁ ପୁନଃ ଡିଜାଇନ କରିବାର କୌଣସି ଆବଶ୍ୟକତା ନାହିଁ।ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)-ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ସମ୍ବନ୍ଧୀୟ ମାମଲାର ଶୁଣାଣି ଗୁରୁବାର (ଏପ୍ରିଲ ୧୮, ୨୦୨୪) ସୁପ୍ରିମ୍ କୋର୍ଟରେ ହୋଇଥିଲା। ଇଭିଏମ୍ ସହ ଭିଭିପ୍ୟାଟ୍ ବ୍ୟବହାର କରି ଦିଆଯାଇଥିବା ଭୋଟର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ହୋଇଥିବା ଆବେଦନର ଶୁଣାଣି ବେଳେ ବ୍ରିଟେନ୍ (ୟୁରୋପରେ) ଏବଂ ଆମେରିକାରେ ଇଭିଏମ ବନ୍ଦ ହୋଇଥିବା ଭାରତରେ କାହିଁକି ଚାଲୁଛି ବୋଲି କୋର୍ଟ ପ୍ରଶ୍ନ  କରିଥିଲେ । ଏହାର ଜବାବରେ ନିର୍ବାଚନ କମିସନ ଆମେରିକା-ବ୍ରିଟେନର ଇଭିଏମ୍ ଏବଂ ଭାରତରେ ବ୍ୟବହୃତ ଇଭିଏମ ମଧ୍ୟରେ ପାର୍ଥକ୍ୟ କ’ଣ ତାହା ବୁଝାଇଥିଲେ ।କମିସନଙ୍କ ଓକିଲ କହିଛନ୍ତି ଯେ, ବିଦେଶୀ ଇଭିଏମ୍ ଗୁଡ଼ିକ ନେଟୱାର୍କ ସହ ସଂଯୁକ୍ତ ହୋଇଥିବାରୁ ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ ଭାରତର ଇଭିଏମ୍ ଗୁଡ଼ିକ ଏକକ ମେସିନ୍। ଏହା କୌଣସି ନେଟୱାର୍କ୍ ସହ ସଂଯୁକ୍ତ ନାହିଁ। ବିଦେଶରେ ଇଭିଏମ୍ ଘରୋଇ କମ୍ପାନି ତିଆରି କରୁଥିବା ବେଳେ ଭାରତରେ ଏହା ଏକ ରାଷ୍ଟ୍ରାୟତ୍ତ କମ୍ପାନି ତିଆରି କରୁଛି। ବାହାରେ ଇଭିଏମରେ ଭୋଟ ଦିଆଗଲା କି ନାହିଁ ତାହା ନିଶ୍ଚିତ କରିବାର ବ୍ୟବସ୍ଥା ନଥିଲା, କିନ୍ତୁ ଭାରତରେ ଏହା ଭିଭିପାଟ ମାଧ୍ୟମରେ ନିଶ୍ଚିତ ହୋଇଥାଏ । ଏସବୁ କାରଣରୁ ସେଠାକାର ଇଭିଏମ ଓ ଆମ ଇଭିଏମ ମଧ୍ଯରେ ଅନେକ ଫରକ ରହିଛି ବୋଲି କମିସନ ବୁଝାଇଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!