ଭୁବନେଶ୍ୱର,୧୯।୪:ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍ଏସ୍ଏସ୍ସି) ଦ୍ୱାରା ପରିଚାଳିତ ଫରେଷ୍ଟର, ଫରେଷ୍ଟଗାର୍ଡ ଓ ଲାଇଭ୍ଷ୍ଟକ୍ ଇନ୍ସପେକ୍ଟର ପରୀକ୍ଷା ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ। ମେ’ ୭ ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର ୧୫ ଦିନ ପୂର୍ବରୁ ଓଏସ୍ଏସ୍ଏସ୍ସି ୱେବ୍ସାଇଟ୍ www.osssc.gov.inରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ।ପ୍ରଥମରୁ ପରୀକ୍ଷା ଥିବା ପ୍ରର୍ଥୀଙ୍କ ଆଡମିଟ୍ କାର୍ଡ ଉପଲବ୍ଧ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |