ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ବୁଥ ଏଜେଣ୍ଟଙ୍କୁ ଆକ୍ରମଣ, ପଥରମାଡ଼

କୋଲକାତା,୧୯ା୪: ଆଜି ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଜାରି ରହିଛି । ଭୋଟିଂରେ ସମସ୍ତ ଲୋକସଭା ଆସନ ବ୍ୟସ୍ତ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ବୁଥ ଏଜେଣ୍ଟଙ୍କ ଉପରେ ଆକ୍ରମଣ ହୋଇଛି । ଶାସକ ଦଳ ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟିର ସମର୍ଥକଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ସୃଷ୍ଟି ହୋଇଛି । ଏଠାରେ ଦେଶୀ ବୋମାରେ ଆକ୍ରମଣ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଚାନ୍ଦମାରୀ ଗ୍ରାମରେ ବିଜେପି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ନିର୍ବାଚନୀ ହିଂସା ଦେଖାଯାଇଛି । ଟିଏମସି ଏବଂ ବିଜେପି ଉଭୟ ଦଳ ପରସ୍ପର ଉପରେ ଭୋଟରଙ୍କୁ ଧମକାଇବା ନେଇ ଆରୋପ ଲଗାଇଛନ୍ତି । ଭୋଟରମାନଙ୍କୁ ମତଦାନ କେନ୍ଦ୍ରକୁ ଯିବା ବାଟରେ ରୋକିବା ସହ ବୁଥ୍ ଏଜେଣ୍ଟମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଉଭୟ ଦଳର କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ପଥରମାଡ଼ ହୋଇଛି । ତେବେ ଏହି ଆକ୍ରମଣରେ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାଯାଇଛି । ଦିନହାଟା ବ୍ଲକର ଭେଟାଗୁଡ଼ିରେ ଏହି ହିଂସା ହୋଇଥିବା ବେଳେ ଏଥିରେ ଦେଶୀ ବୋମାରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଛି ତୃଣମୂଳ କଂଗ୍ରେସ । ଫଳରେ ବ୍ଲକ ଅଧ୍ୟକ୍ଷ ଅନନ୍ତ ପର୍ମନ ଆହତ ହୋଇଛନ୍ତି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!