ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ

ନୂଆଦିଲ୍ଲୀ,୧୯।୪: ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ସମଗ୍ର ଦେଶରେ 102 ଆସନରେ 60 ପ୍ରତିଶତ ମତଦାନ ହୋଇଛି ।  ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ୧୭ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଥିଲା। ସେଥିମଧ୍ୟରୁ ୧୮ଟି ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବା ବେଳେ ୧୧ଟି ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଥିଲା।ଦେଶର ଗଣତନ୍ତ୍ରର ମହାପର୍ବର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । 17 ରାଜ୍ୟ ଓ 4 କେନ୍ଦ୍ରଶାସିତ ଅଂଚଳରେ 102 ଆସନରେ ଭୋଟ ।   ତ୍ରିପୁରାରେ ୭୫%ରୁ ଅଧିକ ମତଦାନ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୭୭%ରୁ ଅଧିକ, ମେଘାଳୟରେ ପ୍ରାୟ ୭୦%, ମଣିପୁରରେ ୬୭%ରୁ ଅଧିକ, ମଧ୍ୟପ୍ରଦେଶରେ ୬୩%, ପୁଡୁଚେରୀରେ ପ୍ରାୟ ୭୩%, ନାଗାଲାଣ୍ଡରେ ପ୍ରାୟ ୫୬%, ମିଜୋରାମରେ ୫୨%ରୁ ଅଧିକ, ରାଜସ୍ଥାନରେ ୫୦%ରୁ ଅଧିକ, ସିକ୍କିମରେ ୬୭%, ତାମିଲନାଡୁରେ ୬୨%, ଉତ୍ତରପ୍ରଦେଶରେ ୫୭%ରୁ ଅଧିକ, ଉତ୍ତରାଖଣ୍ଡରେ ୫୩%ରୁ ଅଧିକ, ଜମ୍ମୁ-କଶ୍ମୀରରେ ୬୫%, ବିହାରରେ ୪୬%ରୁ ଅଧିକ, ଅରୁଣାଚଳ ପ୍ରଦେଶରେ ୬୩%, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପାଖାପାଖି ୫୭%, ଆସାମରେ ୭୧%, ଛତିଶଗଡ଼ରେ ୬୩%ରୁ ଅଧିକ, ଛତିଶଗଡ଼ରେ ୬୩%ରୁ ଅଧିକ, ଲାକ୍ଷାଦ୍ୱୀପରେ ୫୯% ଓ ମହାରାଷ୍ଟ୍ରରେ ୫୫% ମତଦାନ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!