ଗୁଜରାଟରେ ମିଳିଲା ବାସୁକୀ ନାଗର ଅବଶେଷ

 ନୂଆଦିଲ୍ଲୀ ,୧୯ା୪: ଗୁଜୁରାଟର କଚ୍ଛରେ ମିଳିଛି ଏକ ବହୁ ପ୍ରାଚୀନ ଜୀବାଶ୍ମ । ଏହି ଜୀବାଶ୍ମଗୁଡ଼ିକ ‘ବାସୁକି ନାଗ’ର ବୋଲି କୁହାଯାଉଛି । ଏହା ଦୁନିଆର ସବୁଠାରୁ ବଡ଼ ସାପ ଥିଲା । ଏହି ସାପ ଆନାକୋଣ୍ଡା ଓ ଡାଇନୋସର ଯୁଗର ବିଶାଳକାଳ T Rex ଡାଇନୋସରଠାରୁ ମଧ୍ୟ ବଡ଼ । ଏହି ବାସୁକି ନାଗର ଜୀବାଶ୍ମ କଚ୍ଚର ପାନନ୍ଦ୍ରାଓ ଲିଗ୍ନାଇଟ୍‌ ଖଣିରୁ ମିଳିଛି । ଏହି ନାଗ ହେଉଛି ଆମେ ପୁରାଣରେ ପଢିଥିବା ବାସୁକୀ ନାଗ ଯେଉଁଥିରେ ଦେବଗଣ ସମୁଦ୍ର ମନ୍ଥନ କରିଥିଲେ । ଆଇଆଇଟି ରୁର୍‌କୀର ବୈଜ୍ଞାନିକମାନେ ଏହି ବାସୁକୀ ନାଗର ଜୀବାଶ୍ମ ସନ୍ଧାନ କରିଛନ୍ତି । ଏହି ଜୀବାଶ୍ମ ପ୍ରାୟ ୫ କୋଟି ବର୍ଷ ପୁରୁଣା । ଏହି ସାପର ଲମ୍ବ ୧୧ରୁ ୧୫ ମିଟର ଓ ଗୋଲେଇ ୧୭ ଇଞ୍ଚ । ଏହାର ଓଜନ ୧ ଟନ୍‌ରୁ ଅଧିକ ହେବ । ଏହାକୁ ବୈଜ୍ଞାନିକ ବାସୁକୀ ଇଣ୍ଡିକସ୍ ନାମ ଦେଇଛନ୍ତି । ତେବେ ବର୍ତ୍ତମାନର ସବୁଠାରୁ ବଡ ଜୀବିତ ସାପ ହେଉଛି ଏସିଆର ୧୦ମିଟର ଲମ୍ବ(୩୩ ଫୁଟ) ଜାଲିଦାର ଅଜଗର ।ଆଇଆଇଟି ରୁର୍‌କୀର ବୈଜ୍ଞାନିକ କହିଛନ୍ତି ଗୁଜୁରାଟରେ ମିଳିଥିବା ସାପର ଜୀବାଶ୍ମ ଏ ପର୍ଯ୍ୟନ୍ତ ସବୁଠାରୁ ବୃହତ୍ତ ସାପର ଅବଶେଷ ଅଟେ । ଏହି ସାପ ଡାଇନୋସର ଠାରୁ ମଧ୍ୟ ବଡ । ବାସୁକୀ ଇଣ୍ଡିକସ୍‌ର ସନ୍ଧାନ ୨୦୦୫ରେ ଆଇଆଇଟି ରୁୁର୍‌କୀର ବୈଜ୍ଞାନିକମାନେ କରିଥିଲେ । କିନ୍ତୁ ଏହା ଉପରେ ଗଭୀର ଅଧ୍ୟୟନ କରାଯାଇ ନ ଥିଲା । ଏଥିରୁ ୨୭ ବଡ ବଡ କଙ୍କାଳ ଖଣ୍ଡ ମିଳିଥିଲା । ପ୍ରଥମେ ବୈଜ୍ଞାନିକମାନେ ଭାବିଥିଲେ ଏହା ଏକ ବିଶାଳ କୁମ୍ଭୀରର ଅବଶେଷ । କିନ୍ତୁ ଏବେ ଏହା ଖୁଲାସା ହୋଇଛି କି ଏହା ଦୁନିଆର ସବୁଠାରୁ ବଡ ସାପ ବାସୁକୀ ନାଗର ଅବଶେଷ ।ଏହି ଜୀବାଶ୍ମ କଚ୍ଛର ପନାନ୍ଧ୍ରୋ ଗାଁରୁ ମିଳିଛି ଯାହା ଆଜି ମରୁଭୂମି ପାଲଟିଯାଇଛି । କିନ୍ତୁ ବାସୁକୀ ପୃଥିବୀ ପୃଷ୍ଠରେ ଥିବା ବେଳେ ଏହି ଅଞ୍ଚଳ ସନ୍ତସନ୍ତିଆ ଥିଲା । ବାସୁକୀ ସାପର କଙ୍କାଳ ମିଳିଥିଲେ ବି ଏହାର ମୁଣ୍ଡ ମିଳିନାହିଁ ।

images 2 5

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!