ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୯।୪ :-ଡାବୁଗାଁ ବ୍ଲକର ଟି ପଂଚାୟତ ଯଥା ଚଚରଗୁଡା, ଅଂଚଳା ଏଵଂ ମେଦନା ଠାରେ କର୍ମି ସମ୍ମିଳନୀ ଶହ ମିଶ୍ରଣ ପର୍ବ ଅନୁଷ୍ଠିତ ହେଲା।ଏହି ଅବସରରେ ଡାବୁଗାଁ ବିଧାୟକ ମନହର ରନ୍ଧାରୀଙ୍କ ନେତୃତ୍ୱରେ ଏଵଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଭିନ୍ନ ଦଳ ଛାଡି ଚଚରଗୁଡା ପଂଚାୟତ ର 54 ଜଣ, ଅଂଚଳା ପଂଚାୟତ ର 38 ଜଣ ଏଵଂ ମେଦନା ପଂଚାୟତର 35 ଜଣ ମୋଟ 127 ଜଣ କର୍ମି ବିଭିନ୍ନ ଦଳ ଛାଡି ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହେଲେ। ଏହି କାର୍ଯ୍ୟକ୍ରମ ସମୟରେ ଉପସ୍ଥିତି ଥିଲେ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ରଙ୍କ, ବ୍ଲକ ଅଧକ୍ଷା ବୀଣା ମାଝୀ ଜିଲ୍ଲା ପରିଷଦ ସଭ୍ୟ ଧନସିଂ ଭତ୍ରା, ଗୁପ୍ତ ବିଶୟୀ, ସାଂସଦ ପ୍ରତିନିଧି ଆପା ରାଓ, ଶିବପ୍ରସାଦ ମିଶ୍ର ଙ୍କ ଶହ ଅଂଚଳର ବରିଷ୍ଟ ବିଜେଡି ନେତା ମାନେଏଵଂ ଶତାଧିକ ଅଞ୍ଚଳ ବାସି। ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଡାବୁଗାଁ ଲୋକପ୍ରିୟ ବିଧାୟକ ମନହର ରନ୍ଧାରୀଙ୍କ ନେତୃତ୍ୱରେ ଦଳକୁ ମଜବୁତ କରିବା ପାଈଁ ସମ୍ପୂର୍ଣ୍ଣ ଚେଷ୍ଟା ଚଳାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |