ନୂଆ ଲୋଗୋ ଲଞ୍ଚ କରିଛି ଡିଡି ନ୍ୟୁଜ୍‌

ନୂଆଦିଲ୍ଲୀ,୨୦।୪: ବଦଳିଛି ସରକାରୀ ନ୍ୟୁଜ ଚ୍ୟାନେଲ ‘ଡିଡି ନ୍ୟୁଜ’ର ଲୋଗୋ । ପୂର୍ବରୁ ଥିବା ନାଲି ରଙ୍ଗର ଲୋଗୋକୁ ବଦଳାଇ ଗେରୁଆ ରଙ୍ଗର ନୂଆ ଲୋଗୋ ଲଞ୍ଚ କରିଛି ସରକାରୀ ପ୍ରସାରଣ ସଂସ୍ଥା ପ୍ରସାର ଭାରତୀ । ପ୍ରସାର ଭାରତୀ ଅଧୀନରେ ଥିବା ଡିଡି ନ୍ୟୁଜ୍‌ ଚ୍ୟାନେଲ୍‌ ଗେରୁଆ ରଙ୍ଗ ହୋଇଛି ।କେନ୍ଦ୍ରରେ ଥିବା ଭାଜପା ସରକାର ଦୂରଦର୍ଶନ ଲୋଗୋର ରଙ୍ଗ ବଦଳାଇ ତାକୁ ଗେରୁଆ କରିଛନ୍ତି । ରଙ୍ଗ ବଦଳିଥିବା ନେଇ ଦୂରଦର୍ଶନର ଅଫିସସିଆଲ ହ୍ୟାଣ୍ଡେଲ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦିଆଯାଇଛି । ସେହି ପୋଷ୍ଟରେ କୁହାଯାଇଛି, ଆମର କେବଳ ରଙ୍ଗ ବଦଳିଛି । କିନ୍ତୁ ଆମେ ବଦଳିନାହୁଁ । ଆମେ ଆଗରୁ ଯେମିତି ଥିଲୁ ଏବେ ବି ସେମିତି ଅଛୁ । ପୂର୍ବ ପରି ଆମର ମୂଲ୍ୟବୋଧ ସମାନ ରହିବ । ତେବେ ଖୁବ୍‌ଶୀଘ୍ର ଏକ ନୂଆ ଢ଼ଙ୍ଗରେ ଖବର ଶୁଣିବାକୁ ପ୍ରସ୍ତୁତ ହୁଅନ୍ତୁ । ଯାହା ଆପଣ ଆଗରୁ କେବେ ଶୁଣିନଥିବେ । ବିଲକୁଲ ନୂଆ ଢ଼ଙ୍ଗରେ ଡିଡି ନ୍ୟୁଜ୍‌କୁ ଅନୁଭବ କରିବେ ।ନିକଟରେ ଏକ୍ସରେ ଏକ ନୂତନ ପ୍ରମୋସନାଲ୍ ଭିଡିଓ ସେୟାର ଡିଡି ଏହି ନୂଆ ଲୋଗୋ ବିଷୟରେ ସୂଚନା‌ ଦେଇଛି । ଡିଡି ପୋଷ୍ଟ୍‌ର କ୍ୟାପସନରେ ଲେଖାଯାଇଛି, “ଯଦିଓ ଆମର ମୂଲ୍ୟ ସମାନ ରହିଛି, ଆମେ ବର୍ତ୍ତମାନ ଏକ ନୂତନ ଅବତାରରେ ଉପଲବ୍ଧ । ପୂର୍ବ ପରି ଏକ ସମ୍ବାଦ ଯାତ୍ରା ପାଇଁ ପ୍ରସ୍ତୁତ ହୁଅନ୍ତୁ । ନୂଆ ଡିଡି ନିଉଜ୍‌କୁ ଅନୁଭବ କରନ୍ତୁ ।’’

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!