ନୂଆଦିଲ୍ଲୀ,୨୦ା୪: ଦିଲ୍ଲୀରେ ଏକ ନିର୍ମାଣାଧୀନ ୪ ମହଲା ବିଲଡିଂ ଭୁଶୁଡ଼ି ପଡ଼ିଛି । ଦିଲ୍ଲୀର କଲ୍ୟାଣପୁରୀ ଅଞ୍ଚଳରେ ଏହି ବିଲଡିଂରେ ନିର୍ମାଣ କାର୍ଯ୍ୟ ଚାଲିଥିଲା ଆଜି ଦ୍ୱିପ୍ରହର ୩.୫୦ ସମୟରେ ବିଲଡିଂଟି ଅଚାନକ ମାଟିରେ ମିଶିଯାଇଥିଲା । ତେବେ ଏହି ଅଘଟଣରେ କାହାର କିଛି କ୍ଷତି ଘଟିନାହିଁ । ଏହି ନିର୍ମାଣାଧୀନ ବିଲଡିଂରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସମୟରୁ ତାହା ନଇଁବା ଆରମ୍ଭ କରିଦେଇଥିଲା ବୋଲି ଲୋକମାନେ କହିନ୍ତି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଉଦ୍ଧାରକାରୀ ଟିମ୍ ପକ୍ଷରୁ ଉକ୍ତ ବିଲଡିଂର ଆଖପାଖ ଅଞ୍ଚଳକୁ ଖାଲି କରାଯିବା ସହିତ ବାରିକେଡ୍ ଲଗାଯାଇଥିଲା ।ତେବେ ଆଜି ଦ୍ୱିପ୍ରହର ୩.୫୦ ସମୟରେ ଅଚାନକ ଉକ୍ତ ନିର୍ମାଣାଧୀନ ୩ ମହଲା ବିଲଡିଂଟି ଭୁଶୁଡ଼ି ପଡ଼ିଥିଲା । ସେହି ସମୟରେ ଘଟଣାସ୍ଥଳରେ ଦମକଳ ବାହିନୀ ସହିତ ପୋଲିସ ଓ ଉଦ୍ଧାରକାରୀ ଟିମ୍ ଉପସ୍ଥିତ ଥିଲେ । ବିଲଡିଂ ଭୁଶୁଡ଼ିବା ଫଳରେ ଅନ୍ୟ କିଛି ଘରର କ୍ଷତି ଘଟିଥିବା ଜଣାପଡ଼ିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |