ଭୁବନେଶ୍ୱର,୨୦ା୪: ଦିନକୁ ଦିନ ବଢ଼ୁଛି ରାଜଧାନୀ ଭୁବନେଶ୍ୱରର ବଢ଼ି ଚାଲିଛି ତାତି। ଅସମ୍ଭାଳ ତାତିରେ ଆଉଟୁ ପାଉଟୁ ହେଉଛି ରାଜଧାନୀ ଭୁବନେଶ୍ୱର ଓ କଟକ।ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ କମିଶନରେଟ୍ ପୋଲିସରେ କାର୍ଯ୍ୟରତ ସମସ୍ତ ଟ୍ରାଫିକ୍ କର୍ମଚାରୀ ଏଣିକି ଏସି ବା ଏୟାର କଣ୍ଡିଶନ ହେଲ୍ମେଟ୍ ପିନ୍ଧିବେ। ଫଳରେ ତାତିରୁ ରକ୍ଷା ପାଇବେ। ଶନିବାର ସ୍ବତନ୍ତ୍ର ଜ୍ଞାନକୌଶଳରେ ତିଆରି ହୋଇଥିବା ଏହି ଏସି ହେଲ୍ମେଟ୍କୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି। ଏପରି ସ୍ଥିତିରେ ଛକ ଛକରେ ଟ୍ରିଫିକ୍ ଡ୍ୟୁଟିରେ ମୁତୟନ ଥିବା କର୍ମଚାରୀଙ୍କ ଅବସ୍ଥା ହେବାଲ୍ ହେଉଛି। ତେଣୁ ସେମାନଙ୍କ ପାଇଁ ଆସିଛି AC ହେଲ୍ମେଟ୍। ଅର୍ଥାତ ଟ୍ରାଫିକ୍ ପୁଲିସ୍ କର୍ମଚାରୀମାନେ AC ହେଲ୍ମେଟ୍ ପିନ୍ଧି ଡ୍ୟୁଟି କରିବେ। ଏହି AC ହେଲ୍ମେଟ୍ ବ୍ୟବହାର କଲେ ତାତିରୁ ଆଶ୍ୱସ୍ତି ମିଳିବ।ଏହି ଏସି ହେଲ୍ମେଟ୍ରେ ରହିଛି ସତନ୍ତ୍ର ବ୍ୟାଟେରି। ଯାହାଫଳରେ ହେଲ୍ମେଟ୍ ଚାର୍ଜ ହେବ। ଥରେ ଚାର୍ଜ ହେଲେ ୮ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ। ଖରା ଦିନେ ଏଥିରୁ ଥଣ୍ଡା ପବନ ବାହାରିବା ସହିତ ଶୀତ ଦିନେ ଗରମ ପବନ ବାହାରିବ। ପୋଲିସ କମିଶନର ଏହି ହେଲ୍ମେଟ୍କୁ ପରୀକ୍ଷାମୂଳକ ଭାବେ ଜଣେ ମହିଳା ଟ୍ରାଫିକ କର୍ମଚାରୀଙ୍କୁ ପ୍ରଦାନ କରିଛନ୍ତି। ସଫଳ ହେଲେ ସବୁ ଟ୍ରାଫିକ୍ କର୍ମଚାରୀ ଏହାକୁ ପିନ୍ଧିବେ ବୋଲି ପୋଲିସ କମିଶନର କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |