ରଥଯାତ୍ରା ପୂର୍ବରୁ ଚାରି ଦ୍ୱାର ନଖୋଲିଲେ ଆମରଣ ଅନଶନ : ଦାମୋଦର ମହାସୁଆର

ପୁରୀ,୨୦।୪:ପୁରୀରେ ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଉଠିଲା ୪ ଦ୍ୱାର ଖୋଲିବା ପ୍ରସଙ୍ଗ । ରଥଯାତ୍ରା ପୂର୍ବରୁ ୪ ଦ୍ୱାର ଖୋଲିବାକୁ ଦାବି କଲେ ବରିଷ୍ଠ ସେବାୟତ ଦାମୋଦର ମହାସୁଆର । ଏପରିକି ୪ ଦ୍ୱାର ନ ଖୋଲିଲେ ଆମରଣ ଅନଶନ ଚେତାବନୀ ମଧ୍ୟ ଦେଇଛନ୍ତି ଦାମୋଦର । ସେହିଭଳି ପୋଲିସ ଟଙ୍କା ନେଇ ଦର୍ଶନ କରାଉଥିବା ଅଭିଯୋଗ ବି ଆଣିଛନ୍ତି ଦାମୋଦର ମହାସୁଆର ।ରଥଯାତ୍ରା ପୂର୍ବରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଉ। ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲା ଯାଉ ନଥିବାରୁ ଭକ୍ତମାନେ ଶୃଙ୍ଖଳାର ସହ ଦର୍ଶନ କରିପାରୁନାହାନ୍ତି। ଯଦି ରଥଯାତ୍ରା ପୂର୍ବରୁ ଭକ୍ତଙ୍କ ପାଇଁ ଚାରି ଦ୍ୱାର ଖୋଲା ନଯିବ, ତା’ହେଲେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଦାମୋଦର ମହାସୁଆର।ରଥଯାତ୍ରା ପାଇଁ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷରେ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦାମୋଦର ମହାସୁଆର ୪ ଦ୍ୱାର ଖୋଲିବା ପ୍ରସଙ୍ଗ ଉଠାଇଥିଲେ। ପରିକ୍ରମା ପ୍ରକଳ୍ପ ଶେଷ ହୋଇଯାଇଥିବା ସତ୍ତ୍ୱେ କାହିଁକି ଚାରି ଦ୍ୱାର ଖୋଲା ଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। କିନ୍ତୁ ତାଙ୍କୁ କୌଣସି ଉତ୍ତର ମିଳି ନଥିଲା।ଦାମୋଦର ମହାସୁଆର କହିଛନ୍ତି, ପ୍ରଚଳିତ ବ୍ୟବସ୍ଥାକୁ ଯୋଗୁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ହଇରାଣ ହେଉଛନ୍ତି ଓ ଶୃଙ୍ଖଳିତ ଢଙ୍ଗରେ ଦର୍ଶନ କରିପାରୁ ନାହିଁ। କାହିଁକି ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲା ଯାଉ ନାହିଁ? ପୂର୍ବ ଭଳି ବ୍ୟବସ୍ଥା ହେଉ। ସବୁ ଦ୍ୱାର ଖୋଲା ରହୁ। ସବୁ ଦ୍ୱାର ଦେଇ ଭକ୍ତ ଯିବାଆସିବା କରନ୍ତୁ। ମିଛ ବାହାନା କରାଯାଉଛି ଯେ ଲୋକ ସଂଖ୍ୟା ବଢ଼ି ଯାଇଛି। ଲୋକ ସଂଖ୍ୟା ବଢ଼ିନି। ପୂର୍ବରୁ ବି ବହୁତ ଲୋକ ଦର୍ଶନ କରିବାକୁ ଆସୁଥିଲେ। ଲୋକେ ଯେଉଁ ଦ୍ୱାର ଦେଇ ଯାଉଥିଲେ, ସେହି ଦ୍ୱାର ଦେଇ ଫେରୁଥିଲେ। ଏହି ବ୍ୟବସ୍ଥା ପ୍ରଚଳନ ପାଇଁ କେବଳ ପୁଲିସ୍‌ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ। ସେମାନେ ମିଳିତ ଭାବେ ଏହାକୁ କାର୍ଯ୍ୟକାରୀ କରିବା କଥା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!